ଏହି ରୋଗରେ ପୀଡ଼ିତ ଥିଲେ ବାଜପେୟୀ, ଜାଣନ୍ତୁ ଏହାର ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଏହି ରୋଗରେ ପୀଡ଼ିତ ଥିଲେ ବାଜପେୟୀ, ଜାଣନ୍ତୁ ଏହାର ଲକ୍ଷଣ

vajpayee

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀ ‘ଡିମେନ୍‌ସିଆ’ ଭଳି ଗମ୍ଭୀର ରୋଗରେ ପୀଡ଼ିତ ଥିଲେ। ଏମ୍‌ସ ପକ୍ଷରୁ ଏହି ସୂଚନା ମିଳିଛି। ବାଜପେୟୀଙ୍କ ଛାତି, କିଡ୍‌ନୀ ଓ ପରିସ୍ରାରେ ସଂକ୍ରମଣ ମଧ୍ୟ ହୋଇଥିଲା।

୨୦୦୯ରୁ ବାଜପେୟୀ ଏହି ‘ଡିମେନ୍‌ସିଆ’ ରୋଗରେ ଆକ୍ରାନ୍ତ ଥିଲେ। ଏହି କାରଣରୁ ସେହି ୨୦୦୯ରୁ ହିଁ ସେ ହ୍ୱିଲ୍ ଚେୟାର୍ ବ୍ୟବହାର କରୁଥିଲେ।

ଏବେ ଆସନ୍ତୁ ଜାଣିବା, ‘ଡିମେନ୍‌ସିଆ’ ରୋଗର ଲକ୍ଷଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ?

‘ଡିମେନ୍‌ସିଆ’ର ଲକ୍ଷଣ
‘ଡିମେନ୍‌ସିଆ’ ଏପରି ଏକ ରୋଗ, ଯେଉଁଥିରେ ବ୍ୟକ୍ତିର ସ୍ମରଣ ଶକ୍ତି କ୍ରମଶଃ ହ୍ରାସ ପାଇବାରେ ଲାଗିଥାଏ। ବ୍ୟକ୍ତି ଅତୀତକୁ ଧୀରେ ଧୀରେ ଭୁଲିଯାଏ ଏବଂ ତାଙ୍କ ମୁଣ୍ଡ ଝୁଲିବାରେ ଲାଗେ। କାମ କରିବାରେ ମନ ଲାଗେ ନାହିଁ ଏବଂ ସ୍ୱଭାବ ଚିଡ଼ିଚିଡ଼ା ହୋଇ ଯାଇଥାଏ। କେବଳ ଏତିକି ନୁହେଁ, ଏହି ରୋଗରେ ଆକ୍ରାନ୍ତଙ୍କ ଚିନ୍ତା ଏବଂ ବୁଝିବା ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

ସବୁ କଥା ଭୁଲିଯିବା, ଅବସାଦଗ୍ରସ୍ତ ହେବା, କଥାବାର୍ତ୍ତା କରିବାରେ ସମସ୍ୟା, ବ୍ୟବହାରରେ ପରିବର୍ତ୍ତନ, ଖାଦ୍ୟ ଗିଳିବାରେ କଷ୍ଟ ଅନୁଭବ ଏବଂ ଚଲାବୁଲା କରିବାରେ ଅସୁବିଧା ପ୍ରଭୃତି ‘ଡିମେନ୍‌ସିଆ’ ରୋଗର ଲକ୍ଷଣ।

କ’ଣ ପାଇଁ ହୋଇଥାଏ ‘ଡିମେନ୍‌ସିଆ’ ?
ଆମ ମସ୍ତିଷ୍କରେ ଏମେଲାଡ୍‌ ନାମକ ପ୍ରୋଟିନ୍‌ ଜମା ହେବା କାରଣରୁ ‘ଡିମେନ୍‌ସିଆ’ ରୋଗ ହୋଇଥାଏ। ଏହାଦ୍ୱାରା ମସ୍ତିଷ୍କର ସ୍ନାୟୁ ଗୁଡ଼ିକ ନଷ୍ଟ ହୋଇଯାଏ। ତେଣୁ ମନେ ରଖିବାର କ୍ଷମତା ହ୍ରାସ ପାଇବାକୁ ଲାଗେ।

ହିପୋକ୍ୟାମ୍ପସ୍ ଆମ ମସ୍ତିଷ୍କର ଏକ ମୁଖ୍ୟ ଅଂଶ। ଏହା ସମସ୍ତ ଘଟଣାକୁ ମନେ ରଖିବାର କାମ କରିଥାଏ। କିନ୍ତୁ ‘ଡିମେନ୍‌ସିଆ’ରେ ପୀଡ଼ିତ ବ୍ୟକ୍ତିଙ୍କ ମସ୍ତିଷ୍କର ଏହି ଭାଗର କୋଷଗୁଡ଼ିକ ନଷ୍ଟ ହୋଇଯାଏ। ଫଳରେ ରୋଗୀ ସବୁ କଥା ଧୀରେ ଧୀରେ ଭୁଲିବାକୁ ଲାଗନ୍ତି। ଏହା ବ୍ୟତୀତ ‘ଡିମେନ୍‌ସିଆ’ ମୁଖ୍ୟତଃ ଡିପ୍ରେସନ୍‌, ଅତ୍ୟଧିକ ମଦ୍ୟପାନ, ଥାଇରଏଡ ଓ ଶରୀରରେ ଭିଟାମିନ୍‌ ଅଭାବ କାରଣରୁ ହୋଇଥାଏ।

‘ଡିମେନ୍‌ସିଆ’ରୁ ବଞ୍ଚିବାର ଉପାୟ

୧. ଏକ ସର୍ଭେ ଅନୁଯାୟୀ, ଏକା ନ ରହି ଅଧିକରୁ ଅଧିକ ସମୟ ଲୋକଙ୍କ ଗହଣରେ ରହିବା ଉଚିତ୍‌। ନିଜ ପରିବାର, ବନ୍ଧୁ ଓ ପିଲାଙ୍କ ସହ ସମୟ କାଟିବା ଆବଶ୍ୟକ।

୨. ମାନସିକ ସ୍ୱାସ୍ଥ୍ୟ ଆମ ଶାରୀରିକ କାର୍ଯକଳାପ ଉପରେ ପ୍ରଭାବ ପକାଇଥାଏ। ଆପଣ ଯେତେ ଶାରୀରିକ ପରିଶ୍ରମ କରିବେ, ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ସେତେ ଭଲ ରହିବ। ଆପଣ ଯେତେ ଆକ୍ଟିଭ୍‌ ରହିବେ, ‘ଡିମେନ୍‌ସିଆ’ ହେବାର ଭୟ ସେତେ କମ୍‌ ଥାଏ।

୩. ବିଶେଷଜ୍ଞଙ୍କ ଅନୁଯାୟୀ, ଡିମେନ୍‌ସିଆରୁ ରକ୍ଷା ପାଇବା ପାଇଁ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ଖା’ନ୍ତୁ। ବିଶେଷ କରି, ତାଜା ଫଳ, ସବୁଜ ପନିପରିବା, ମାଛ, କ୍ଷୀର ଓ ଅଣ୍ଡା ଖା’ନ୍ତୁ।

ଉଲ୍ଲେଖଯୋଗ୍ୟ, ‘ଡିମେନ୍‌ସିଆ’ ରୋଗ ସାଧାରଣତଃ ବ୍ୟକ୍ତିଙ୍କୁ ୬୦ ବର୍ଷ ବୟସ ପରେ ହୋଇଥାଏ। ହେଲେ ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏହା କମ୍‌ ବୟସର ପିଲାଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି।



from Odisha Reporter https://ift.tt/2BiBhms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages