
ନୂଆଦିଲ୍ଲୀ: ଏବେ ଆକ୍ରମଣାତ୍ମକ ବା ଆଗ୍ରେସିଭ ହକିର ସମୟ। ଯେଉଁ ଟିମ୍ ଏହି ପନ୍ଥାକୁ ଅଧିକ ଆପଣାଇବ, ଫଳାଫଳ ତା’ ସପକ୍ଷରେ ଯିବ। ଏସିଆନ୍ସ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିବାକୁ ହେଲେ ଭାରତୀୟ ଟିମ୍କୁ ଏହି ଅନ୍ଦାଜରେ ଖେଳିବାକୁ ପଡ଼ିବ ବୋଲି ଭାରତୀୟ ହକି ଟିମ୍ର କୋଚ୍ ହରେନ୍ଦ୍ର ସିଂହ କହିଛନ୍ତି।
ସେ କହିଛନ୍ତି, “ଭାରତୀୟ ଖେଳାଳି ଆକ୍ରମଣାତ୍ମକ ଖେଳ ପାଇଁ ବିଶ୍ୱରେ ପରିଚିତ। ଏଥିରେ ସେମାନେ ଅଧିକ ଆନନ୍ଦ ପାଇଥାନ୍ତି। ଏସିଆନ୍ସ୍ ଗେମ୍ସସରେ ଆମେ ସେଭଳି ଖେଳ ଦେଖାଇ ସ୍ୱର୍ଣ୍ଣ ଜିତିବା ସହ ଜାକର୍ତ୍ତା ଅଲମ୍ପିକ୍ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାକୁ ଚାହିଁବୁ। ଆମ ଖେଳାଳିଙ୍କର ଏପରି କରି ଦେଖାଇବାର ଯୋଗ୍ୟତା ରହିଛି। ଏଥିପାଇଁ ଦଳ ପୂରା ପ୍ରସ୍ତୁତ ଅଛି।”
ପୁରୁଣା ହକି ଓ ଆଧୁନିକ ହକିକୁ ନେଇ ମଧ୍ୟ ହରେନ୍ଦ୍ର ମତ ଦେଇଛନ୍ତି। ସେ କହିଛନ୍ତି, “ଆଧୁନିକ ହକି ବହୁତ ଅଧିକ ଦେଖିବାକୁ ମିଳୁଛି। ଏଥିରେ ଖେଳାଳିଙ୍କୁ ଦ୍ରୁତ ଗତି ଆପଣାଇବା ସହ ଶକ୍ତିଶାଳୀ ହେବାକୁ ପଡ଼ିବ। ଯଦି ଜଣେ ଖେଳାଳି ଆଟାକ୍ କରୁଛି ଓ ବଲ୍ ସହ ଦୌଡ଼ିବା ବେଳେ ନିୟନ୍ତ୍ରଣ ହରାଉଛି, ତେବେ ତାଙ୍କୁ ଦ୍ରୁତ ଗତିରେ ପଛକୁ ଯାଇ ବିପକ୍ଷ ଟିମ୍ର ଆକ୍ରମଣକୁ ପ୍ରତିହତ କରିବାର ଅଛି। ଯଦି ଏମିତି କରା ନଯାଏ ତେବେ ଏହାକୁ ଓଲ୍ଡ ସ୍କୁଲ ହକି କୁହାଯିବ।”
from Odisha Reporter https://ift.tt/2BktNQ0
No comments:
Post a Comment