ଜଣେ ବଡ଼ ଷ୍ଟାର୍‌ଙ୍କ ପୁଅ ସହ ବଲିଉଡ୍‌ରେ ପାଦ ଥାପିବେ ଶ୍ରୀଦେବୀଙ୍କ ସାନ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଜଣେ ବଡ଼ ଷ୍ଟାର୍‌ଙ୍କ ପୁଅ ସହ ବଲିଉଡ୍‌ରେ ପାଦ ଥାପିବେ ଶ୍ରୀଦେବୀଙ୍କ ସାନ ଝିଅ

khusi

ମୁମ୍ବାଇ: ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ ‘ଧଡକ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛି। ଏହା ସହ ଜାହ୍ନବୀଙ୍କ କାମକୁ ବି ଖୁବ୍‌ ପ୍ରଶଂସା କରାଯାଇଛି।

ଜାହ୍ନବୀଙ୍କ ପରେ ଏବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ଖୁସି କୁଆଡ଼େ ଶାହାରୁଖ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବେ।

pppp9ଜହ୍ନବୀଙ୍କ ପରି ଖୁସିଙ୍କୁ ବି କରଣ ଜୋହର ଲଞ୍ଚ୍‌ କରିବେ।  ଏବେ କିନ୍ତୁ ସେ ଖୁସିଙ୍କ ଡେବ୍ୟୁ ସହ ଜଡ଼ିତ ସମସ୍ତ ତଥ୍ୟ ଗୁପ୍ତରେ ରଖିବାକୁ ଚାହୁଁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଖୁସିଙ୍କୁ ଆର୍ଯ୍ୟନ୍‌ଙ୍କ ଅପୋଜିଟ୍‌ରେ ଲଞ୍ଚ୍‌ କରିବାର ଆଇଡିଆଟା କରଣ ଜୋହରଙ୍କର। ତେବେ ଦେଖିବା ବାକି ରହିଲା, ଏହି ନିଷ୍ପତ୍ତି କେମିତି କାର୍ଯ୍ୟକାରୀ ହେଉଛି।

karanସୂଚନାଯୋଗ୍ୟ, ଆର୍ଯ୍ୟନ୍‌ଙ୍କ ପରି ତାଙ୍କ ଭଉଣୀ ସୁହାନା ବି ଖୁବ୍‌ଶ୍ରୀଘ୍ର ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିପାରନ୍ତି। ନିକଟରେ ସୁହାନା ଏକ ମାଗଜିନ୍‌ ପାଇଁ ନିଜର ପ୍ରଥମ ଫଟୋ ଶୁଟ୍‌ କରିଛନ୍ତି।  ଶୁହାନାଙ୍କ ଏହି ଫଟୋ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଶୁଣିବାକୁ ମିଳିଛି ସୁହାନାଙ୍କୁ ବି କରଣ ଜୋହର ଲଞ୍ଚ୍‌ କରିପାରନ୍ତି।



from Odisha Reporter https://ift.tt/2LDYy2g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages