ଶିରଡ଼ି ସାଇଙ୍କ ନାଁ ଭୋଟର୍ ତାଲିକାରେ ଚଢ଼ାଇବାକୁ ପ୍ରୟାସ, ଯାଞ୍ଚ ବେଳେ ଧରାପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଶିରଡ଼ି ସାଇଙ୍କ ନାଁ ଭୋଟର୍ ତାଲିକାରେ ଚଢ଼ାଇବାକୁ ପ୍ରୟାସ, ଯାଞ୍ଚ ବେଳେ ଧରାପଡ଼ିଲା

shirdi-saibaba

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଶିରଡ଼ି ସାଇ ବାବାଙ୍କ ନାମ ଭୋଟର୍‌ ତାଲିକାରେ ସ୍ଥାନିତ କରିବାକୁ ଉଦ୍ୟମ କରିଥିଲେ। ଯାଞ୍ଚ ବେଳେ ଏହା ଜଣାପଡ଼ିବା ପରେ ଉକ୍ତ ଯୁବକଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରିଛି। ତେବେ ଏହି ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ଏହି ଅଜ୍ଞାତ ଯୁବକ ଜଣଙ୍କ ନିର୍ବାଚନ କମିଶନ୍‌ଙ୍କ ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ଅହମଦନଗର ଜିଲ୍ଲାର ଶିରଡ଼ି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶିରଡ଼ି ସାଇ ବାବାଙ୍କ ନାଁକୁ ମତଦାତା ଭାବେ ଯୋଡ଼ିକୁ ପ୍ରୟାସ କରିଥିଲେ।

ଅନ୍‌ଲାଇନ୍‌ରେ ଆସିଥିବା ଆବେଦନଗୁଡ଼ିକର ଯାଞ୍ଚ କଲା ବେଳେ ଅଧିକାରୀମାନେ ଏହା ଜାଣିପାରିଥିଲେ ଓ ପୁଲିସ୍‌କୁ ସୂଚନା ଦେଇଥିଲେ।

ରାହତା ଥାନାର ଅଧିକାରୀ ଅରୁଣ ପରଦେଶୀ କହିଛନ୍ତି,“ଘଟଣାଟି ଗତବର୍ଷ ଡିସେମ୍ବର ମାସର। ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇଟି ଆଇନ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଜାରି ରହିଛି।”



from Odisha Reporter https://ift.tt/2N2U6i9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages