କ୍ରିକେଟ୍‌ର ‘ଡନ୍‌’, ମାତ୍ର ୩ ଓଭରରେ ମାରିଥିଲେ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

କ୍ରିକେଟ୍‌ର ‘ଡନ୍‌’, ମାତ୍ର ୩ ଓଭରରେ ମାରିଥିଲେ ଶତକ

bradman

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍‌ରେ ଡନ୍‌ କାହାକୁ କୁହାଯାଏ ଆପଣ ତ ଜାଣିଥିବେ। ହଁ, ଆମେ କହୁଛୁ ସାର୍‌ ଡୋନାଲ୍ଡ ଜର୍ଜ ବ୍ରାଡମ୍ୟାନ୍‌ଙ୍କ କଥା। ସେ ଯେତେବେଳେ ବ୍ୟାଟ୍‌ ଧରି ପଡ଼ିଆକୁ ଓହ୍ଲାଉଥିଲେ ବୋଲର୍‌ଙ୍କ ନିଦ ହଜି ଯାଉଥିଲା।

ଏମିତିରେ ବ୍ରାଡମ୍ୟାନ୍‌ଙ୍କ ବହୁତ ରେକର୍ଡ କରିଛନ୍ତି। ଆଜି ଆମେ ତାଙ୍କର ଏମିତି ଏକ ରେକର୍ଡ କଥା କହୁଛୁ, ଯାହା ଶୁଣିଲେ ଆପଣ ବି ଚିନ୍ତା କରିବେ ବାସ୍ତବରେ କ’ଣ ଏହା ସମ୍ଭବ ?

ମାତ୍ର ୧୮ ମିନିଟ୍‌ରେ, ୩ ଓଭରରେ ସେ ଶତକ ମାରି ସମସ୍ତଙ୍କୁ ଚକିତ କରି ଦେଇଥିଲେ।

୧୯୩୧ରେ Blackheath XI ଓ Lithgow ମଧ୍ୟରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା। ସେ ସମୟରେ ଗୋଟିଏ ଓଭରରେ ୬ ବଦଳରେ ୮ଟି ବଲ୍ ପକା ଯାଉଥିଲା। ବ୍ରାଡମ୍ୟାନ୍ Blackheath XI ପକ୍ଷରୁ ଖେଳୁଥିଲେ। ଏହି ମ୍ୟାଚ୍‌ରେ ସେ ସମସ୍ତଙ୍କୁ ଚକିତ କରି ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।

ଏମିତି ଥିଲା ବ୍ରାଡମ୍ୟାନ୍‌ଙ୍କ ମାଡ଼

ପ୍ରଥମ ଓଭର: ୬, ୬, ୪, ୨, ୪, ୪, ୬, ୧ (୩୩ ରନ୍‌)

ଦ୍ୱିତୀୟ ଓଭର: ୬, ୪, ୪, ୬, ୬, ୪, ୬, ୪ (୪୦ ରନ୍‌)

ତୃତୀୟ ଓଭର: ୧, ୬, ୬, ୧, ୧, ୪, ୪, ୬ (ମୋଟ୍‌ ୨୯ ରନ୍‌, ବ୍ରାଡମ୍ୟାନଙ୍କର ୨୭ ରନ୍‌)

ଏହି ମ୍ୟାଚ୍‌ରେ ସେ ୧୪ ଛକା ଓ ୨୯ ଚୌକା ସହାୟତାରେ ୨୫୬ ରନ୍‌ କରିଥିଲେ। ମ୍ୟାଚ୍‌ଟି ସେ ସମୟରେ କଂକ୍ରିଟ୍‌ ପିଚ୍‌ରେ ଖେଳା ଯାଇଥିଲା।

ଆଜି ହେଉଛି ଜନ୍ମଦିନ

ଆଜି ହେଉଛି ସାର୍‌ ବ୍ରାଡମ୍ୟାନଙ୍କ ୧୧୦ତମ ଜନ୍ମଦିନ। ଏହି ଅବସରରେ ଗୁଗଲ୍‌ ଡୁଡୁଲ୍‌ କରି ଏହି ମହାନ ଖେଳାଳିଙ୍କୁ ସମ୍ମାନ ଜଣାଇଛି।

୧୯୦୮ ମସିହାରେ ଅଷ୍ଟ୍ରେଲିଆରେ ଏହି ମହାନ ଖେଳାଳିଙ୍କ ଜନ୍ମ ହୋଇଥିଲା। ୧୯୨୮ରେ ସେ ଜାଙ୍କ କ୍ରିକେଟ୍‌ ଜୀବନ ଆରମ୍ଭ ଆରମ୍ଭ କରିଥିଲେ। ୧୯୪୮ରେ ସେ ତାଙ୍କ ଶେଷ ମ୍ୟାଚ୍‌ ଖେଳିଥିଲେ।

କ୍ୟାରିଅର

୨୦ ବର୍ଷର କ୍ରିକେଟ୍‌ କ୍ୟାରିଅରେ ସେ ୫୨ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୬୯୯୨ ରନ୍‌ କରିଥିଲେ। ତାଙ୍କ ବ୍ୟାଟିଂ ପ୍ରତିଶତ ୯୯.୯୪ ଥିଲା। ଏଥିରେ ୩ଟି ତ୍ରିଶତକ, ୧୨ଟି ଦ୍ୱିଶତକ ଥିଲା। ତାଙ୍କର ବେଷ୍ଟ ସ୍କୋର ୩୩୪ ରନ୍‌ ଥିଲା।



from Odisha Reporter https://ift.tt/2PFrNVu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages