ବିଜେପିର ଅଭିଯୋଗ: ବିଜୁ ଯୁବ ବାହିନୀର ଅର୍ଥ ନେତାଙ୍କ ବିଜ୍ଞାପନ ପାଇଁ ଖର୍ଚ୍ଚ କରାଯାଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ବିଜେପିର ଅଭିଯୋଗ: ବିଜୁ ଯୁବ ବାହିନୀର ଅର୍ଥ ନେତାଙ୍କ ବିଜ୍ଞାପନ ପାଇଁ ଖର୍ଚ୍ଚ କରାଯାଉଛି

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଶାସକ ଦଳର ନେତାଙ୍କ ବିଜ୍ଞାପନ ପାଇଁ  ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବିଜେପି ଏହି ଅଭିଯୋଗ କରିଛି।

ଅଭିଯୋଗ ଅନୁଯାୟୀ, ବିଜେଡି ବିଧାୟକ ଅମର ଶତପଥୀ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ସେହିଭଳି ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ସମ୍ପର୍କରେ ମଧ୍ୟ ବ୍ରହ୍ମଗିରି ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି।

ବିଜୁ ଯୁବ ବାହିନୀର ଅର୍ଥକୁ ଏଭଳି ଖର୍ଚ୍ଚ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ କିଭଳି ଭାବେ ଲୋକଙ୍କ ଅର୍ଥକୁ ବିଜୁ ଜନତା ଦଳର ନେତାଙ୍କ ବିଜ୍ଞାପନ ପାଇଁ ଖର୍ଚ୍ଚ କରାଗଲା, ସେନେଇ ବିଜେପି ପ୍ରଶ୍ନ ଉଠାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥା ସରକାର ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦଳ ଦାବି କରିଛି।

ଯଦି ସରକାର ଏହାର ଉପଯୁକ୍ତ ସ୍ପଷ୍ଟୀକରଣ ନ ଦିଅନ୍ତି, ତା ହେଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଏନେଇ ଆନ୍ଦୋଳନ କରାଯିବ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।



from Odisha Reporter https://ift.tt/2NlVDgh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages