
ରାୟଗଡ଼ା (ମନୋଜ ପାତ୍ର): ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ବିକୃତ ମାନସିକତା। ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇ ଗିରଫ ହୋଇଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ରାୟଗଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମାମଲାକୁ ବିଚାର ଅଭିଯୁକ୍ତ ଶିକ୍ଷକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ଜରିମାନା କରିଛନ୍ତି।
ରାୟଗଡ଼ାରେ ଏକ ବେସରକାରୀ ସ୍କୁଲର କମ୍ପ୍ୟୁଟର ଶିକ୍ଷକ କ୍ଲାସ୍ ରୁମ୍ରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଉଥିଲେ। ଫଳରେ ଛାତ୍ର ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତାଙ୍କ ବାପା ବିଶାଖାପାଟଣାର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ।
ଚିକିତ୍ସା ସମୟରେ ଜଣାପଡ଼ିଥିଲା ନାବାଳକଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦିଆଯାଉଥିଲା। ୨୦୧୭ ଜୁଲାଇ ୯ ତାରିଖରେ ଏନେଇ ନାବାଳକଙ୍କ ବାପା ରାୟଗଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ଶିକ୍ଷକ ଏସ୍.ଉଦୟ କୁମାରଙ୍କୁ ଗିରଫ କରିଥିଲା।
ଆଜି ଏହି ମାମଲାକୁ ବିଚାର କରି କୋର୍ଟ ଅଭିଯୁକ୍ତ ଶିକ୍ଷକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।
from OdishaReporter https://ift.tt/2LUXyvA
No comments:
Post a Comment