ଏନ୍‌ସିବିସିକୁ ମିଳିବ ସାମ୍ବିଧାନିକ ମାନ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଏନ୍‌ସିବିସିକୁ ମିଳିବ ସାମ୍ବିଧାନିକ ମାନ୍ୟତା

ନୂଆଦିଲ୍ଲୀ: ନ୍ୟାଶନାଲ୍‌ କମିଶନ ଫର ବ୍ୟାକୱାର୍ଡ କ୍ଲାସ୍‌(ଏନସିବିସି)କୁ ସାମ୍ବିଧାନିକ ମାନ୍ୟତା ମିଳିବ। ଏ ସଂକ୍ରାନ୍ତ ଏକ ସଂଶୋଧିତ ବିଲ୍‌ ଆଜି ରାଜ୍ୟସଭାରେ ପାସ୍‌ ହୋଇଛି। ପୂର୍ବରୁ ଏହି ବିଲ୍‌କୁ ସଂଶୋଧିତ କରାଯାଇ ଲୋକସଭାରେ ଆଗତ କରାଯାଥିଲା। ଯାହା ସର୍ବସମ୍ମତିକ୍ରମେ ପାସ୍‌ ହୋଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିବା ପରେ ଏହା କାର୍ଯ୍ୟକାରୀ ହେବ।

ଆଜି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥୱରଚାନ୍ଦ ଗେହଲଟ୍‌ ବିଲ୍‌ଟିକୁ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ।  ସେ କହିଥିଲେ, ଏନ୍‌ସିବିସିକୁ ସାମ୍ବିଧାନିକ ମାନ୍ୟତା ମିଳିଲେ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ପଛୁଆ ବର୍ଗର ଲୋକଙ୍କୁ ନ୍ୟାୟ ମିଳିପାରିବ। ଓବିସି ବର୍ଗଙ୍କ ସ୍ୱାର୍ଥ ଓ ଅଧିକାରକୁ ଅକ୍ଷୁଣ୍ଣ ରଖିବାକୁ ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲା, ସେ ଦିଗରେ ଏହା ଆଉ ପାଦେ ବୋଲି ସେ କହିଛନ୍ତି।

ଏହା ନରେନ୍ଦ୍ର ମୋଦି ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରି ଗେହଲଟ୍‌ କହିଛନ୍ତି, କମିଶନଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ଦେବାକୁ ଦୀର୍ଘଦିନରୁ ଦାବି ହେଉଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିଲା।

କିନ୍ତୁ ଏବେ ଏହାକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।

ବିଲ୍‌କୁ ସମର୍ଥନ କରି ଆର୍‌ଜେଡି ସାଂସଦ ପ୍ରଫେସର ମନୋଜ କୁମାର ଝା କହିଥିଲେ, ଏହି କମିଶନରେ ପଛୁଆ ବର୍ଗର ଉପଯୁକ୍ତ ଲୋକଙ୍କୁ ସାମିଲ କରାଯିବା ଦରକାର। ଏହା ଦ୍ୱାରା ପଛୁଆ ବର୍ଗର ଲୋକମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ।

ଏଆଇଏଡିଏମକେର ଭିଜିଲା ସତ୍ୟନାଥ କହିଛନ୍ତି, ଓବିସି ବର୍ଗ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଳାୟ ପ୍ରତିଷ୍ଠା ହେବା ଦରକାର।

ଏହାପରେ ଗୃହରେ ଉପସ୍ଥିତ ଥିବା ସମସ୍ତ ୧୫୬ ଜଣ ସାଂସଦ ଏହି ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଥିଲେ।



from OdishaReporter https://ift.tt/2LZmodO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages