ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ଘଟଣା: ୩ ପୁଲିସ୍ କର୍ମୀ ସସ୍‌ପେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ଘଟଣା: ୩ ପୁଲିସ୍ କର୍ମୀ ସସ୍‌ପେଣ୍ଡ

pcrvan

କଟକ(ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିନି ଜଣ ପୁଲିସ୍‌ କର୍ମଚାରୀଙ୍କୁ କଟକ ଡିସିପି ଅଖିଳେଶ୍ୱର ସିଂ ସସ୍‌ପେଣ୍ଡ କରିଛନ୍ତି।

ସସ୍‌ପେଣ୍ଡ୍ ହୋଇଥିବା ତିନି ପୁଲିସ୍ କର୍ମଚାରୀ ହେଲେ-  ହାବିଲଦାର ପି.କେ ବେହେରା,  କନଷ୍ଟେବଲ ବିକେ ସାମଲ ଓ ୟୁକେ ଭୂୟାଁ।

ଏହାସହ ଜଣେ ହୋମଗାର୍ଡ କିଶୋର ଜେନାଙ୍କୁ ନୋଟିସ୍ ଜାରି ହୋଇଛି।  ମାସେ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତିନି ଜଣଙ୍କୁ ସସ୍‌ପେଣ୍ଡ କରାଯାଇଥିବା କଟକ ଡିସିପି କହିଛନ୍ତି।

ସେ କହିଛନ୍ତି,“ଘଟଣା ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହୋଇଥିବା ଏଡିସିପି ରିପୋର୍ଟରେ ଦର୍ଶାଇଛନ୍ତି।  ଏ ସମସ୍ତ ଘଟଣାକୁ ନେଇ ୪ଟି ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ କୌଣସି ଥାନା ଅଧିକାରୀ ତଦନ୍ତ କରିବେନି। ଏଡିସିପିଙ୍କ ତତ୍ତ୍ୱାବଧାନରେ କ୍ରାଇମ୍ ଇନ୍ସପେକ୍ଟର ତଦନ୍ତ କରିବେ। ତଦନ୍ତ ସମୟରେ ଯାହା ନାଁ ସାମ୍ନାକୁ ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।”

ସେହିପରି ପୁଲିସ୍ ଭ୍ୟାନ୍ ପୋଡ଼ିବା ଘଟଣାର ବି ତଦନ୍ତ ହେବ ବୋଲି ଡିସିପି କହିଛନ୍ତି।



from Odisha Reporter https://ift.tt/2omJoVG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages