
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ରିଲେସନ୍ସିପ୍କୁ ନେଇ ଜୋର ଚର୍ଚ୍ଚା ହେଉଛି। କୁହାଯାଉଛି ଦୁହେଁ ଆସନ୍ତା ବର୍ଷ ବାହା ହେବେ।
ତେବେ ବାସ୍ତବରେ କ’ଣ ଏ ଦୁହେଁ ସେମାନଙ୍କ ରିଲେସନ୍ସିପ୍କୁ ନେଇ ସିରିୟସ୍? ସତରେ କ’ଣ ସେମାନେ ବାହା ହେବେ? ନା କିଛି ଦିନ ପରେ ଏ ରିଲେସନ୍ସିପ୍ ବି ଭାଙ୍ଗି ଯିବ?
ଏଯାଏ ଆଲିଆ କି ରଣବୀର ସେମାନଙ୍କ ରିଲେସନ୍ସିପ୍କୁ ନେଇ ଖୋଲାଖୋଲି ଭାବେ କେଉଁଠି କିଛି କହି ନାହାନ୍ତି। ଏ ବିଷୟରେ ପଚାରିଲେ ବି ସେମାନେ କୌଶଳର ସହିତ ଏଡ଼ାଇ ଦିଅନ୍ତି।
ତେବେ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଲିଆଙ୍କ ବାପା ମହେଶ ଭଟ୍ଟଙ୍କୁ ଏ ବିଷୟରେ ପଚରା ଯାଇଥିଲା। ତେବେ ସେ କ’ଣ କହିଥିଲେ ଆପଣ ଅନୁମାନ କରିପାରିବେ?
ମହେଶ କହିଥିଲେ,“ମୁଁ ମୋ ପିଲାଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କେବେ କିଛି କଥା ହୋଇ ନଥାଏ। ସେମାନେ ବଡ଼ ହୋଇଗଲେଣି। ନିଷ୍ପତ୍ତି ନେବାର ବୟସ ସେମାନଙ୍କର ହୋଇଗଲାଣି। ତା’ଛଡ଼ା ସେମାନଙ୍କ ସଂପର୍କରେ ମୁଁ ସର୍ବସାଧାରଣରେ କିଛି କହିବାକୁ ଚାହେଁନି।”
ମହେଶ୍ ଭଟ୍ଟ୍ ଆହୁରି କହିଥିଲେ,“ଏହା ତାଙ୍କର ନିଷ୍ପତ୍ତି। ସେ ଯାହାବି କରିବେ ଠିକ୍ କରିବେ ବୋଲି ମୋର ବିଶ୍ୱାସ। ଆଉ ମୁଁ ତାଙ୍କୁ କଥାକୁ ସମ୍ମାନ କରିବି।’’
ମହେଶ ସିନା ସିଧାସିଧା କିଛି କହି ନାହାନ୍ତି, ତେବେ ତାଙ୍କ ହାବଭାବରୁ ଜଣାପଡ଼ୁଛି ରଣବୀରଙ୍କୁ ନେଇ ସେ ଖୁସି ଅଛନ୍ତି। ଅର୍ଥାତ୍ ଆଲିଆଙ୍କ ପସନ୍ଦ ତାଙ୍କ ମନକୁ ପାଇଛି।
from Odisha Reporter https://ift.tt/2olsjf1
No comments:
Post a Comment