ପ୍ରଥମ ଟେଷ୍ଟରେ ପରାଜୟ ପାଇଁ ବିରାଟଙ୍କୁ ଦାୟୀ କଲେ ଏହି କ୍ରିକେଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ପ୍ରଥମ ଟେଷ୍ଟରେ ପରାଜୟ ପାଇଁ ବିରାଟଙ୍କୁ ଦାୟୀ କଲେ ଏହି କ୍ରିକେଟର

cricket

ଲଣ୍ଡନ: ଏଜବାଷ୍ଟନ୍ ଟେଷ୍ଟ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ୩୧ ରନ୍‌ରେ ହାରିବା ପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ସମ୍ପର୍କରେ ଅନେକ ଟିପ୍ପଣୀ ଶୁଣିବାକୁ ମିଳୁଛି। ତେବେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ନାସେର ହୁସେନ୍ ଭାରତର ପରାଜୟ ପାଇଁ ବିରାଟ ଉତ୍ତରଦାୟୀ ବୋଲି ମତ ଦେଇଛନ୍ତି।

‘ସ୍କାଏ ସ୍ପୋର୍ଟ୍ସ’ ସହ ଏକ ବାର୍ତ୍ତାଳାପ ବେଳେ ହୁସେନ୍ କହିଛନ୍ତି,“କୋହଲିଙ୍କ ବ୍ୟାଟିଂ କିମ୍ବଦନ୍ତୀ ଶ୍ରେଣୀର। ସେ ତାଙ୍କର ଅନନ୍ୟ ବ୍ୟାଟିଂ ଦକ୍ଷତା ବଳରେ ଏକାକୀ ଭାରତକୁ ବିଜୟ ଆଣିଦେବାକୁ ଚେଷ୍ଟା କରିଥିଲେ। ବିଶେଷକରି ସେ ଯେଉଁଭଳି ଟେଲ-ଏଣ୍ଡରଙ୍କ ସହ ମିଶି ସ୍କୋରକୁ ଆଗକୁ ବଢାଉଥିଲେ, ତାହା ଶିକ୍ଷଣୀୟ। “

କୋହଲିଙ୍କୁ ଏଭଳି ପ୍ରଶଂସାରେ ପୋତି ଦେଇଥିବା ହୁସେନ୍ କିନ୍ତୁ ତାଙ୍କୁ ତାଙ୍କର ଏକ ବଡ଼ ଭୁଲ ନିଷ୍ପତ୍ତି ପାଇଁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ଏକଦା ଇଂଲଣ୍ଡ ମାତ୍ର ୭୭ ରନ୍‌ରେ ୭ଟି ୱିକେଟ୍ ହରାଇ ଟଳମଳ ଅବସ୍ଥାରେ ଥିଲା। ସେତେବେଲେ କରାନ ଓ ଆଦିଲ ରଶିଦ୍ କ୍ରିଜ୍‌ରେ ଥିଲେ। ଅଥଚ ବିରାଟ ତାଙ୍କ ଦଳର ସଫଳ ଓ ସୁଦକ୍ଷ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଘଣ୍ଟାଏ ପର୍ଯ୍ୟନ୍ତ ବୋଲିଂ ଦେଇନଥିଲେ। ଅଶ୍ଵିନ ବାମହାତି ବ୍ୟାଟ୍ସମ୍ୟାନଙ୍କ ପାଇଁ ବେଶ ଘାତକ। ତଥାପି କୋହଲି ଏଇ ଅମୋଘ ଅସ୍ତ୍ର କାହିଁକି ବ୍ୟବହାର କଲେ ନାହିଁ, ତାହା ଆଶ୍ଚର୍ଯ୍ୟଜନକ।”

ହୁସେନ୍ ପରୋକ୍ଷରେ କହିଛନ୍ତି, କୋହଲି ବୋଲିଂ ଚେଞ୍ଜରେ ଉଚିତ୍ ନିଷ୍ପତ୍ତି ନେଇଥିଲେ, ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୧୮୦ ରନ୍ କରିବାକୁ ସମର୍ଥ ହୋଇନଥାନ୍ତା।



from OdishaReporter https://ift.tt/2Kte40a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages