
ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତିକୁ ଘରେ ରଖିଲେ ସୁଖସମୃଦ୍ଧି ବଢ଼େ ବୋଲି କୁହାଯାଏ। କେବଳ ଚୀନ୍ରେ ନୁହେଁ, ଭାରତରେ ମଧ୍ୟ ଅନେକ ଲୋକ ଘରେ ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତିକୁ ରଖନ୍ତି। ତେବେ ଆପଣ ଜାଣନ୍ତି କି, ଚୀନ୍ର ବାସ୍ତୁଶାସ୍ତ୍ର ଫେଙ୍ଗଶୁଇ ଅନୁଯାୟୀ, ଅଲଗା ଅଲଗା ମନୋସ୍କାମନା ପାଇଁ ଅଲଗା ଅଲଗା ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତି ରହିଛି? ତେଣୁ ମନୋବାଞ୍ଛା ବା ସମସ୍ୟା ଅନୁଯାୟୀ ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତି ଘରେ ରଖିଲେ ସୁଫଳ ମିଳେ। ତା’ହେଲେ ଆସନ୍ତୁ ଜାଣିବା କେଉଁଥି ପାଇଁ କେଉଁ ପ୍ରକାରର ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତି ଘରେ ରଖିବା ଉଚିତ୍।
୧. ଧନ ସମ୍ବନ୍ଧୀୟ ସମସ୍ୟା ରହୁଥିଲେ ଘରେ ଓ ଅଫିସ୍ରେ ଟଙ୍କା ପୁଟୁଳା ଧରିଥିବା ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତି ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ଧନ ଅଭାବ ଜନିତ ସମସ୍ୟା ଦୂର ହେବ।
୨. ବ୍ୟବସାୟରେ ଉନ୍ନତି ପାଇଁ ଦୁଇ ହାତ ଉପରକୁ ଟେକିଥିବା ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତିକୁ ଦୋକାନରେ ରଖନ୍ତୁ।
୩. ଶୟନ ମୁଦ୍ରାରେ ଥିବା ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତିକୁ ଘରେ ରଖିଲେ ଆପଣଙ୍କୁ ଦୁର୍ଭାଗ୍ୟରୁ ମୁକ୍ତି ମିଳିବ।
୪. ସନ୍ତାନ ସହ ଜଡ଼ିତ ସମସ୍ୟା ପାଇଁ ପିଲାଙ୍କ ସହ ବସିଥିବା ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତିକୁ ଘରେ ରଖନ୍ତୁ।
୫. ମାନସିକ ଶାନ୍ତି ପାଇଁ ଓ ଘରର ବାତାବରଣ ସୁଦ୍ଧ କରିବା ପାଇଁ ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତିକୁ ଘରେ ରଖନ୍ତୁ।
୬. ଯଦି କୌଣସି କାମରେ ବରମ୍ବାର ବାଧା ସୃଷ୍ଟି ହେଉଛି, ତା’ହେଲେ ନୌକାରେ ବସିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖନ୍ତୁ। ଏହାଦ୍ୱାରା ସୁଫଳ ମିଳିବ।
from OdishaReporter https://ift.tt/2vxrgvA

No comments:
Post a Comment