
ସୋର(ଶଶିକାନ୍ତ ବେହେରା): ଦିନଦ୍ୱି’ପହରରେ ଲୁଟ୍ର ଶିକାର ହୋଇଛନ୍ତି ସାର୍। ଦୁଇ ଜଣ ଲୁଟେରା କଳା ପଲ୍ସର୍ରେ ଆସି ସାର୍ଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଉଲାସଖଡ଼ଗପୁର ଗାଁର ବଟକୃର୍ଣ୍ଣ ବାରିକ ମୁଳିସିଂ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ଆଜି ଅପରାହ୍ନରେ ସେ ସୋର ଏସ୍ବିଆଇରୁ ୩ ଲକ୍ଷ ଟଙ୍କା ଉଠାଇ ନିଜ ଭଉଣୀଙ୍କ ଘରକୁ ଯାଉଥିଲେ। ତେବେ ଉତ୍ତରେଶ୍ୱର ଅଶୋକ ନଗର ନିକଟରେ ୨ ଦୁର୍ବୃତ୍ତ ଏକ କଳା ପଲ୍ସରରେ ଆସି ତାଙ୍କୁ ଅଟକାଇ ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ। ଏନେଇ ପୁଲିସ ନିକଟରେ ଏତଲା ରୁଜୁ ହେବା ପରେ ଲୁଟ୍ର ଛାନଭିନ୍ ଆରମ୍ଭ ହୋଇଛି, କିନ୍ତୁ ଲୁଟେରାଙ୍କ ପତ୍ତା ଏଯାଏ ମିଳିନି।
from Odisha Reporter https://ift.tt/2MLjzwm
No comments:
Post a Comment