ଜାଣନ୍ତୁ, ପୂଜା ସମୟରେ କାହିଁକି ଜଳାଯାଏ ଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଜାଣନ୍ତୁ, ପୂଜା ସମୟରେ କାହିଁକି ଜଳାଯାଏ ଦୀପ

(ଓଡ଼ିଶା ରିପୋର୍ଟର୍) ଭାରତରେ ଦୀପ ଜାଳିବାର ଇତିହାସ ପ୍ରାୟ ୫୦୦୦ ବର୍ଷରୁ ଅଧିକ ପୁରୁଣା। ପ୍ରାଚୀନ କାଳରୁ ସମସ୍ତ ଧର୍ମରେ ଅଗ୍ନିର ମହତ୍ୱ ବର୍ଣ୍ଣନା କରାଯାଇଛି। ଶାସ୍ତ୍ରରେ ଅଗ୍ନିକୁ ପ୍ରତ୍ୟକ୍ଷ ଦେବତା ରୂପେ ପୂଜା କରାଯାଏ।

ହିନ୍ଦୁ ଧର୍ମର ସମସ୍ତ ଶୁଭ କାର୍ଯ୍ୟରେ ପ୍ରଥମେ ଭଗବାନଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜଳାଯାଇଥାଏ। ଏହି ଦୀପ ଜଳାଇବା ପଛରେ ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ ମଧ୍ୟ ରହିଛି।

ଧାର୍ମିକ କାରଣ: ଦୀପ ଜାଳିବା ହେଉଛି, ଉଭୟ ଜ୍ଞାନ ଓ ଉଜ୍ଜ୍ୱଳତାର ପ୍ରତୀକ। ଦୀପ ଜଳାଇବାର ଅର୍ଥ ହେଉଛି, ଅଜ୍ଞାନର ଅନ୍ଧକାରକୁ ଦୂର କରି ଆମେ ନିଜ ଜୀବନରେ ଜ୍ଞାନ ରୂପକ ଆଲୋକର ପ୍ରଜ୍ଜ୍ୱଳନ କରିବା।

ଧର୍ମଶାସ୍ତ୍ର ଅନୁଯାୟୀ, ଈଶ୍ୱରଙ୍କ ପୂଜା ସମୟରେ ଦୀପ ପ୍ରଜ୍ଜ୍ୱଳନ ଶୁଭଦାୟକ। ଘିଅକୁ ପଞ୍ଚାମୃତ ଅର୍ଥାତ୍‌ ପାଞ୍ଚଟି ଅମୃତ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। କୌଣସି ବି ସାତ୍ୱିକ ପୂଜାର ପୂର୍ଣ୍ଣ ଫଳପ୍ରାପ୍ତି ପାଇଁ ଘିଅର ଦୀପ ଜାଳିବା ନିହାତି ଆବଶ୍ୟକ।  ଏହା ସହ ଘିଅ ଦେଇ ଦୀପ ଜାଳିଲେ, ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ ଏବଂ ଗୃହରେ ଲକ୍ଷ୍ମୀ ସ୍ଥାୟୀ ନିବାସ କରିଥା’ନ୍ତି ବୋଲି କୁହାଯାଏ। କିନ୍ତୁ ତନ୍ତ୍ର ପୂଜାରେ ତେଲଯୁକ୍ତ ଦୀପ ଜଳା ଯାଇଥାଏ।

ବୈଜ୍ଞାନିକ କାରଣ: ଗାଈ ଘିଅରେ ଜୀବାଣୁ ମାରିବାର କ୍ଷମତା ଥାଏ। ଏହି ଘିଅ ଯେତେବେଳେ ଦୀପରେ ଅଗ୍ନିର ସଂସ୍ପର୍ଶରେ ଆସେ, ତାହା ବାତାବରଣକୁ ପ୍ରଦୂଷଣମୁକ୍ତ କରିଦିଏ। କେବଳ ଠାକୁର ଘରେ ନୁହେଁ, ଘିଅ ଦେଇ ଦୀପ ପ୍ରଜ୍ଜ୍ୱଳନ, ଘର ଚାରିପାଖ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବାର ସହଜ ଉପାୟ।

ଦୀପ ଜଳାଇବା ସମୟରେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

୧. ଦେବ ଦେବୀଙ୍କ ଉଦ୍ଦେଶ୍ୟରେ ଘିଅର ଦୀପ, ନିଜ ବାମ ପଟେ ଓ ତେଲଯୁକ୍ତ ଦୀପ ଡାହାଣ ପଟେ ଜଳାଇବା ଉଚିତ୍‌।

୨. ପୂଜା କରିବା ସମୟରେ ଦୀପ ଯେପରି ଲିଭିବ ନାହିଁ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।

୩. ଘିଅଯୁକ୍ତ ଦୀପ ପ୍ରଜ୍ଜ୍ୱଳନ ପାଇଁ ଧଳା ରଙ୍ଗର ସଳିତା ବ୍ୟବହାର କରିବା ଶୁଭ ବୋଲି କୁହାଯାଇଥାଏ। ସେହିପରି ତେଲଯୁକ୍ତ ଦୀପ ଜାଳିବା ପାଇଁ ଲାଲ୍‌ ରଙ୍ଗର ସଳିତା ବ୍ୟବହାର କରିବା ଉତ୍ତମ।

୪. କୌଣସି ପୂଜାରେ କେବେ ବି ଭାଙ୍ଗି ଯାଇଥିବା ଦୀପ ଜଳାନ୍ତୁ ନାହିଁ। ଭଙ୍ଗା ସାମଗ୍ରୀ ପୂଜା ପାଇଁ ଶୁଭଦାୟକ ହୋଇ ନଥାଏ।



from Odisha Reporter https://ift.tt/2N5ldWz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages