‘କଖାରୁଫୁଲ ପତୁଆ’ କେମିତି ତିଆରି ହୁଏ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

‘କଖାରୁଫୁଲ ପତୁଆ’ କେମିତି ତିଆରି ହୁଏ ଜାଣନ୍ତୁ

ଆବଶ୍ୟକ ସାମଗ୍ରୀ: କଖାରୁ ଫୁଲ, ବଡ଼ି, ସୋରିଷ, ଜିରା ପୋସ୍ତ ବଟା, କଟା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ ଓ କଦଳୀ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଖାରୁ ଫୁଲକୁ ଧୋଇ ଛୋଟ ଛୋଟ କରି  କାଟି ରଖିବା ସହ ବଡ଼ିକୁ ଭାଜି ରଖନ୍ତୁ। ଏବେ  କଟା କଖାରୁ ଫୁଲରେ ସୋରିଷ, ଜିରା ପୋସ୍ତ ବଟା, କଟା ଆଳୁ, ଭଜା ବଡ଼ି, କଟା ପିଆଜ ପକାନ୍ତୁ। ତା’ପରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଟମାଟୋ ଓ ସ୍ୱାଦଆନୁସାରେ ଲୁଣ ପକେଇ ଭଲଭାବରେ ମିଶାନ୍ତୁ। ମଶଲା ଭଲଭାବେ ମିଶିଯିବା ପରେ ଅଳ୍ପ ରିଫାଇନ୍ ତେଲ ପକେଇ ଭଲଭାବେ ଗୋଳାଇ ରଖନ୍ତୁ।

ଏବେ ମସଲା ଗୋଳା ହୋଇଥିବା କଖାରୁ ଫୁଲକୁ କଦଳୀପତ୍ରରେ ଭଲଭାବେ ଗୁଡ଼େଇ ବାନ୍ଧିଦିଅନ୍ତୁ। ଏବେ କରେଇରେ ତେଲ ଗରମ କରି କଖାରୁ ଫୁଲ ମସଲା ଗୁଡ଼ାଯାଇଥିବା କଦଳୀପତ୍ରକୁ ରଖି ଘୋଡ଼ଣୀ ଦେଇଦିଅନ୍ତୁ। ୫ ରୁ ୭ ମିନିଟ୍‌ ପରେ ବନ୍ଧାଯାଇଥିବା କଦଳୀ ପତ୍ରକୁ ଓଲଟାଇ ପୁଣିଥରେ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ୫ ମିନିଟ୍‌ ପରେ ପ୍ରସ୍ତୁ ହୋଇଯିବ ‘କଖାରୁଫୁଲ ପତୁଆ’



from Odisha Reporter https://ift.tt/2IeqieT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages