ସବୁ ଧର୍ମସ୍ଥଳରେ ଥିବା ବ୍ୟବସ୍ଥାର ନ୍ୟାୟିକ ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ସବୁ ଧର୍ମସ୍ଥଳରେ ଥିବା ବ୍ୟବସ୍ଥାର ନ୍ୟାୟିକ ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ସୁପ୍ରିମକୋର୍ଟ ଦେଶରେ ଥିବା ସମସ୍ତ ଧର୍ମସ୍ଥଳ ଓ ଚ୍ୟାରିଟେବୁଲ୍‌ ସଂସ୍ଥାଗୁଡ଼ିକର ନ୍ୟାୟିକ ଅଡିଟ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସମସ୍ତ ଧର୍ମାନୁଷ୍ଠାନ ଓ ଚ୍ୟାରିଟେବୁଲ ସଂସ୍ଥାର ସମ୍ପତ୍ତି, ପରିମଳ ବ୍ୟବସ୍ଥା ଓ ଆକାଉଣ୍ଟ ସମ୍ବନ୍ଧିତ ଅଭିଯୋଗକୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ତର୍ଜମା କରିବା ସହ ଏହାର ରିପୋର୍ଟ ହାଇକୋର୍ଟଙ୍କୁ ପଠାଇବେ।

ହାଇକୋର୍ଟ ଏହି ରିପୋର୍ଟଙ୍କୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିବା ସହ ଏହାର ଶୁଣାଣି କରିବେ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ରୁଲିଂ ଦେଶର ସମସ୍ତ ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନ ଏବଂ ଚ୍ୟାରିଟେବୁଲ୍‌ ସଂସ୍ଥାଗୁଡ଼ିକ ପାଇଁ ଲାଗୁ ହେବ।

ଜଷ୍ଟିସ୍‌ ଆଦର୍ଶ ଗୋଏଲ୍‌ ଓ ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି “ ଶ୍ରଦ୍ଧାଳୁମାନେ ବିଭିନ୍ନ ଧର୍ମାନୁଷ୍ଠାନରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ସମାଧାନ, ପ୍ରଶାସନିକ ଓ ପରିମଳ ବ୍ୟବସ୍ଥାର ସୁପରିଚାଳନା, ଠିକ୍‌ ଭାବେ ପୂଜା ପଦ୍ଧତିର ନୀତି ନିୟମ ପାଳନ ତଥା ଧର୍ମାନୁଷ୍ଠାନର ସମ୍ପତ୍ତିର ସୁରକ୍ଷା ଆଦିକୁ ସୁନିଶ୍ଚିତ କରିବା କେବଳ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, କୋର୍ଟ ମଧ୍ୟ ଏ ସଂକ୍ରାନ୍ତରେ ନିଜର କର୍ତ୍ତବ୍ୟ ପାଳନ କରିବା ଦରକାର।”

ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ କାର୍ଯ୍ୟର ଅଡିଟ୍‌ ହେବା ଦରକାର ବୋଲି ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏଭଳି ରୁଲିଂ ଦେଇଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଯଦି ଜଣେ ଶ୍ରଦ୍ଧାଳୁ କୌଣସି ଅଭିଯୋଗ ନେଇ ଜିଲ୍ଲା ଜଜ୍‌ଙ୍କ ଦ୍ୱାରସ୍ଥ ହୁଅନ୍ତି, ତା’ହେଲେ ଜିଲ୍ଲା ଜଜ୍ ନିଜେ କିମ୍ବା ତାଙ୍କ ଅଧୀନରେ ଥିବା କୌଣସି କୋର୍ଟଙ୍କ ନିକଟକୁ ଏହାର ବିଚାର ପାଇଁ ପଠାଇ ପାରିବେ।

ଦରକାର ପଡ଼ିଲେ ଅଭିଯୋଗର ତଦନ୍ତ ରିପୋର୍ଟ ହାଇକୋର୍ଟଙ୍କୁ ମଧ୍ୟ ପଠାଇ ପାରିବେ। ହାଇକୋର୍ଟ ଏହାର ଶୁଣାଣି କରି ଆବଶ୍ୟକ ନିର୍ଦ୍ଦେଶ ଦେଇପାରିବେ ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୫ରେ କରାଯିବ ବୋଲି ଦିନ ଧାର୍ଯ୍ୟ ହୋଇଛି।

ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗ

ଶୁଣାଣି ବେଳେ ସୁପ୍ରିମକୋର୍ଟ ପୁରୀ ଜଗନ୍ନାଥ ମନ୍ଦିରରେ ସବୁ ଧର୍ମର ଲୋକେ ପ୍ରବେଶ କରିବା ଉଚିତ ବୋଲି ପ୍ରସ୍ତାବ ଦେଇଥିଲେ। ଏଥିସହ ଶ୍ରୀମନ୍ଦିର ପ୍ରଶାସନକୁ ସେବାୟତଙ୍କ ଡ୍ରେସ୍‌ କୋଡ୍‌ ଓ ଅନ୍ୟ ସଂସ୍କାର ସମ୍ପର୍କିତ ତଥ୍ୟକୁ ଏକ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କୋର୍ଟ କହିଥିଲେ।

ଏଥିସହ ବରିଷ୍ଠ ଆଇନଜୀବୀ  ଓ ଏହି ମାମଲାରେ ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଲ ସୁବ୍ରମଣିୟମଙ୍କୁ ଶ୍ରୀମନ୍ଦିର ସଂସ୍କାର ପାଇଁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଏହାର ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦେବାକୁ କହିଥିଲେ।

ଶ୍ରୀ ସୁବ୍ରମଣିୟମ୍ କହିଛନ୍ତି, ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରେ ସେ ପୁରୀ ଶ୍ରୀମନ୍ଦିର ଯାଇଥିଲେ। ଏବେ ପୁଣିଥରେ ପୁରୀ ଯାଇ ସେବକ, ସେବାୟତ ଓ ପଣ୍ଡାମାନଙ୍କ ସହ ଆଲୋଚନା କରିବେ ଏବଂ ଶ୍ରୀମନ୍ଦିରର ସମ୍ପତ୍ତିର ତର୍ଜମା କରିବେ ବୋଲି କହିଛନ୍ତି।

ଭାରତରେ ବର୍ତ୍ତମାନ ୨୦ ଲକ୍ଷ ମନ୍ଦିର, ୩ ଲକ୍ଷ ମସଜିଦ୍‌ ଓ ହଜାରେରୁ ଅଧିକ ଚର୍ଚ୍ଚ ରହିଛି। ତେଣୁ ଏ ସମସ୍ତ ଧର୍ମସ୍ଥଳର ଦାୟିତ୍ୱ ହାଇକୋର୍ଟ ନେବା ବର୍ତ୍ତମାନ ସ୍ଥିତିରେ ସମ୍ଭବ ନୁହେଁ।

ଏବେ ଦେଶର ବିଭିନ୍ନ କୋର୍ଟରେ ପାଖାପାଖି ୩ କୋଟି ମାମଲା ବିଚାରାଧୀନ ରହିଛି। ତା ସହିତ, ଜିଲ୍ଲା କୋର୍ଟ, ହାଇକୋର୍ଟ ଓ ସୁପ୍ରିମକୋର୍ଟର ଅଧିକାଂଶ ପଦବୀ ଖାଲି ପଡ଼ିଛି। ତେଣୁ ସମସ୍ତ ଧର୍ମାନୁଷ୍ଠାନରୁ ଆସୁଥିବା ମାମଲାର ବିଚାର କରିବା କାଠିକର ପାଠ।

ସେହିପରି ପଞ୍ଜିକୃତ ହୋଇ ନଥିବା ଅନେକ ଧର୍ମସ୍ଥଳ ରହିଥିବା ବେଳେ ସେଠାରେ ଭିନ୍ନଭିନ୍ନ ନିୟମ ରହିଛି। ତେଣୁ ଏଗୁଡ଼ିକର ପରିଚାଳନା ତଦାରଖ କରିବା ନ୍ୟାୟପାଳିକା ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ବୋଲି ଖଣ୍ଡପୀଠ କହିଛନ୍ତି।



from Odisha Reporter https://ift.tt/2Mr5ViK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages