
କଟକ (ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରମାଣ ପଦାକୁ ଆସିଛି। ତଦନ୍ତ ଅଧିକାରୀ, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ, ଦୁର୍ନୀତିର ପ୍ରମାଣ ମିଳିଥିବା ସୂଚନା ଦେଇଛନ୍ତି। ଏକାଧିକ କ୍ଷେତ୍ରରେ ଦୁର୍ନୀତିର ପ୍ରମାଣ ମିଳିଛି ବୋଲି ସେ କହିଛନ୍ତି।
ସେ କହିଛନ୍ତି-“୨୦୧୪-୧୫ରେ ବିନା ଟେଣ୍ଡରରେ କମ୍ପ୍ୟୁଟର କିଣାଯାଇଛି। ୨୦୧୫-୧୬ରେ ଅଧ୍ୟାପକ ନିଯୁକ୍ତିରେ ମଧ୍ୟ ଅନିୟମିତତା ହୋଇଛି। ଠିକା ଅଧ୍ୟାପକଙ୍କୁ ସିଧାସଳଖ ରିଡର ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୭-୧୮ରେ ବିନା ବିଜ୍ଞାପନରେ ଅତିଥି ଅଧ୍ୟାପକ ନିଯୁକ୍ତି ଦିଆଯାଇଥିବା ପ୍ରମାଣ ମିଳିଛି।”
ସେ ଅହୁରି କହିଛନ୍ତି- “କୁଳପତିଙ୍କ ଗସ୍ତ ଖର୍ଚ୍ଚରେ ମଧ୍ୟ ଦୁର୍ନୀତି କରାଯାଇଛି। ମାସିକ ୪୦ ହଜାର ଟଙ୍କା ଟ୍ୟାକ୍ସି ଭଡ଼ା ନେଇଛନ୍ତି କୁଳପତି।”
ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦେବି ବୋଲି ପ୍ରଶାନ୍ତ କହିଛନ୍ତି।
from Odisha Reporter https://ift.tt/2P0J0rq
No comments:
Post a Comment