
ଲକ୍ଷ୍ନୌ(ଓଡ଼ିଶା ରିପୋର୍ଟର୍): କର୍ମଚାରୀଙ୍କ ଚିକିତ୍ସା ପାଇଁ କମ୍ପାନୀ ଟଙ୍କା ଖର୍ଚ୍ଚ କରଥିଲା। ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା କିସ୍ତିରେ ନକାଟି, କମ୍ପାନୀ ମାଲିକ ସେହି ମାସରଦରମାରୁ ଏକକାଳୀନ କାଟି ଦେଲେ। ଫଳରେ ମାସ ଶେଷକୁ ଦରମା ଯାହା ମିଳିଲା, ସେଥିରେ ପରିବାର ଚଳିବା ଅସମ୍ଭବ ବୋଲି ଚିନ୍ତା କରି ସଂପୃକ୍ତ କର୍ମଚାରୀଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ ।
କୌଣସି ଫିଲ୍ମ୍ର କାହାଣୀ ନୁହେଁ, ଏପରିଘଟଣାଉତ୍ତରପ୍ରଦେଶର ଆଗ୍ରାରେ ହିଁ ଘଟିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବାବେଳେ କମ୍ପାନୀର ଅନ୍ୟ ସହଯୋଗୀମାନେ ତାଙ୍କୁ କାବୁ କରିନେଇ ତତ୍କ୍ଷଣାତ୍ ମେଡିକାଲ୍ରେ ଭର୍ତ୍ତି କରିବାରୁ ସଂପୃକ୍ତ କର୍ମଚାରୀ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଆଗ୍ରାରସିକନ୍ଦର୍ ଥାନା ଅନ୍ତର୍ଗତ ଏକ ଜୋତା କମ୍ପାନୀରେ ଚାକିରି କରୁଥିବା ଜଣେ ଯୁବ କର୍ମଚାରୀ ଜୁଲାଇ ୨୭ ତାରିଖରେ ନିଜ ଗାଡ଼ିରେ କମ୍ପାନୀକୁ ଆସୁଥିବାବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ପରେ ସ୍ଥାନୀୟ ଏକ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ହୋଇଥିଲା ଏବଂ ଆହତ କର୍ମଚାରୀଙ୍କ କମ୍ପାନୀ ହିଁ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲା।
ତେବେ ,ଜୁଲାଇ ମାସର ଦରମା ଆକାରରେ ତାଙ୍କୁ ମାଲିକ ମାତ୍ର ୬ ଟଙ୍କା ଦେଇଥିଲେ। ଏତେ କମ୍ ଟଙ୍କା ମିଳିବାର କାରଣ ପଚାରିବାରୁ କମ୍ପାନୀ ମାଲିକ ସଂପୃକ୍ତ କର୍ମଚାରୀଙ୍କୁ କହିଥିଲେ ଯେ ଦୁର୍ଘଟଣାଜନିତ ଚିକିତ୍ସା ଖର୍ଚ୍ଚ ସେହି ଜୁଲାଇ ମାସ ଦରମାରୁ ହିଁ ଏକକାଳୀନ କାଟି ଦିଆଯାଇଛି। ତେବେ ଚିକିତ୍ସାରେ ହୋଇଥିବାଖର୍ଚ୍ଚ ତାଙ୍କ ମାସିକ ଦରମାରୁ କିସ୍ତି ଆକାରରେକାଟି ରଖିବାକୁ କର୍ମଚାରୀ ଜଣଙ୍କ ଅନୁରୋଧ କରିଥିଲେ ହେଁ ମାଲିକ କିନ୍ତୁ ଏଥିରେ ରାଜି ହୋଇନଥିଲେ।
ଆଉ ବାରମ୍ବାର ଅନୁରୋଧ ପରେ ବି ମାଲିକ ରାଜି ନହେବାରୁ ଘରର ମାସିକ ଖର୍ଚ୍ଚ କିପରି ତୁଲାଇବେ, ସେନେଇ ସଂପୃକ୍ତ କର୍ମଚାରୀଚିନ୍ତାରେ ପଡ଼ି ଯାଇଥିଲେ। ଆଉ ସମାଧାନର କୌଣସି ରାସ୍ତା ନପାଇ ଶେଷରେ ସେହି କମ୍ପାନୀ ପରିସରରେ ହିଁ ସେ ବେକରେ ରଶି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଏହା କମ୍ପାନୀରଅନ୍ୟ କର୍ମଚାରୀଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ସେମାନେ ସଂପୃକ୍ତ କର୍ମଚାରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ହସପିଟାଲ୍ରେ ଚିକିତ୍ସା ପରେ ସେ ଏବେ ସୁସ୍ଥ ଅଛନ୍ତି।
ଏହି ଘଟଣା ପରେ କମ୍ପାନୀ ମାଲିକ ଯୁବକଙ୍କ କଥାରେ ରାଜି ହୋଇଛନ୍ତି ଏବଂ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ କିସ୍ତିରେ ନେବାକୁ ନିଷ୍ପତ୍ତି ନେଇଛନ୍ତି।
କୁହାଯାଉଛି, ଏହି ମାମଲାର ଆପୋଷ ସମାଧାନ ହୋଇଯାଇଥିବାରୁଏନେଇ ଥାନାରେ କୌଣସି ଏତଲା ଦାୟର୍ ହୋଇନାହିଁ।
from Odisha Reporter https://ift.tt/2PEEjEU
No comments:
Post a Comment