
ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲାମ୍ ଛକରେ ଏକ ଆମ୍ୱୁଲାନ୍ସ ଓଲଟି ପଡ଼ିଛି। ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନ୍ୟ ଏକ ଆମ୍ୱୁଲାନ୍ସ ଯୋଗେ ବାରିପଦା ଡାକ୍ତରଖାନାକୁ ପଠାଇଛନ୍ତି।
ସୂଚନା ଅନୁସାରେ, ଏକ ୧୦୮ ଆମ୍ୱୁଲାନ୍ସ ଉଦଳା ଡାକ୍ତରଖାନାରୁ ଜଣେ ସାପ କାମୁଡ଼ା ରୋଗୀଙ୍କୁ ବାରିପଦା ଡାକ୍ତରଖାନା ଆଣୁଥିଲେ। ଏହି ସମୟରେ ଉଦଳା-ବାରିପଦା ରାସ୍ତାର ବେଲାମ୍ ପଟୁ ଏକ ବାଇକ୍ ହଠାତ୍ ରାସ୍ତା ଉପରକୁ ଚାଲି ଆସିଥିଲା। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଆମ୍ବୁଲାନ୍ସ ଚାଳକ ଜୋର୍ରେ ବ୍ରେକ୍ ମାରି ଦେବାରୁ ଗାଡ଼ିଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏଥିରେ ଆମ୍ୱୁଲାନ୍ସ ଡ୍ରାଇଭର, ଜଣେ କର୍ମଚାରୀ ଏବଂ ରୋଗୀ ଓ ତାଙ୍କ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି।
from Odisha Reporter https://ift.tt/2wmBak8
No comments:
Post a Comment