ମଉଳିବାକୁ ବସିଛି ରାଉରକେଲାବାସୀଙ୍କ ମେଡିକାଲ୍‌ କଲେଜ ସ୍ୱପ୍ନ: ଭିତ୍ତିଭୂମି ନଥିବାରୁ ଆବେଦନ କରି ନାହାନ୍ତି ଏନ୍‌ଆଇଟି କର୍ତ୍ତୃପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ମଉଳିବାକୁ ବସିଛି ରାଉରକେଲାବାସୀଙ୍କ ମେଡିକାଲ୍‌ କଲେଜ ସ୍ୱପ୍ନ: ଭିତ୍ତିଭୂମି ନଥିବାରୁ ଆବେଦନ କରି ନାହାନ୍ତି ଏନ୍‌ଆଇଟି କର୍ତ୍ତୃପକ୍ଷ

ରାଉରକେଲା (ଓଡ଼ିଶା ରିପୋର୍ଟର): ନିୟମ ଜାଲରେ ଛନ୍ଦି ହୋଇ ମଉଳିବାକୁ ବସିଲାଣି ରାଉରକେଲାବାସୀଙ୍କ ମେଡିକାଲ୍‌ କଲେଜ ସ୍ୱପ୍ନ। ପ୍ରଥମେ ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ୍‌ (ଆଇଜିଏଚ୍‌) ପରେ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏନ୍‌ଆଇଟି)ରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ଲାଗି ସ୍ୱପ୍ନ ଦେଖାଇଥିଲେ କେନ୍ଦ୍ର ସରକାର। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୫ରେ ଆଇଜିଏଚ୍‌ରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ଏହାପରେ ଚଳିତ ବର୍ଷ ଏନ୍‌ଆଇଟିକୁ ମେଡିକାଲ୍‌ କଲେଜ ଲାଗି ଆବେଦନ କରିବାକୁ ଚିଠି ଲେଖିଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। କିନ୍ତୁ ବିଡ଼ମ୍ବନାର ବିଷୟ, ଏବେ ଦୁଇଟି ଯାକ ସ୍ୱପ୍ନ ଫସର ଫାଟିବାକୁ ବସିଲାଣି।

ରାଉରକେଲା ଏନ୍‌ଆଇଟିରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ ବୋଲି ଗତ ଏପ୍ରିଲ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନ୍‌ଆଇଟି ନିର୍ଦ୍ଦେଶକଙ୍କୁ ଲେଖିଥିଲେ। ଯେଉଁଥିରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆବଶ୍ୟକ ଅନୁମତି ନେବାକୁ ଜୁନ ୧୫ରୁ ଜୁଲାଇ ୭ ମଧ୍ୟରେ ଏମ୍‌ସିଆଇ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଖରେ ଆବେଦନ କରିବାକୁ ଉଲ୍ଲେଖ ରହିଥିଲା। କିନ୍ତୁ ନିର୍ଦ୍ଧାରିତ ତାରିଖ ଗଡ଼ିଯାଇଥିଲେ ମଧ୍ୟ ହୋଇପାରିନି ଆବେଦନ। ମେଡିକାଲ୍ କଲେଜ ଲାଗି ଆବଶ୍ୟକ ଭିତ୍ତିଭୂମି ନଥିବା ଦର୍ଶାଇ ଏନ୍‌ଆଇଟି କର୍ତ୍ତୃପକ୍ଷ ଓ ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ ଆବେଦନ କରିନାହାନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏନ୍‌ଆଇଟିର ମେଡିକାଲ୍‌ ଡିଗ୍ରୀ ଦେବାର ଅଧିକାର ନାହିଁ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ସ୍ପଷ୍ଟ କରିଥିବା ଏନ୍‌ଆଇଟି କୂଳସଚିବ ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଅନୁସାରେ, ଯଦି ଏନ୍‌ଆଇଟିର ମେଡିକାଲ ଡିଗ୍ରୀ ଦେବାର ଅଧିକାର ନାହିଁ, ତାହାହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମେଡିକାଲ୍ କଲେଜ ପାଇଁ ଆବେଦନ କରିବାକୁ ଚିଠି ଲେଖୁଥିଲେ କିପରି? ଉଭୟ ମନ୍ତ୍ରାଳୟର ନିୟମରେ ତାଳମେଳ ନାହିଁ, ନା ଲୋକଙ୍କୁ କେବଳ ଭୂଆଁ ବୁଲାଇବାକୁ ପ୍ରୟାସ କରାଯାଇଛି? ଏହା କେନ୍ଦ୍ର ସରକାରଙ୍କ ଲଲିପପ୍‌ ଦେଲା ଭଳି କାର୍ଯ୍ୟ ବୋଲି ବିରୋଧୀ କହିଥିବା ବେଳେ ଏନ୍‌ଆଇଟି କର୍ତ୍ତୃପକ୍ଷଙ୍କ ଉପରେ ବିଜେପି ସବୁ ଦୋଷ ଲଦିଛି।



from OdishaReporter https://ift.tt/2OHNgfZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages