କ୍ୟାମ୍ପସ୍‌ରେ ଆଖି ମାରିଲେ ଆକ୍ସନ ନେବେ କର୍ତ୍ତୃପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

କ୍ୟାମ୍ପସ୍‌ରେ ଆଖି ମାରିଲେ ଆକ୍ସନ ନେବେ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଗିଂକୁ ନେଇ ରାଜ୍ୟ ସରକାରଙ୍କ ଜିରୋ ଟୋଲେରାନ୍ସ ନୀତି । ସମଗ୍ର ଦେଶରେ ରାଗିଂ ରାଙ୍କରେ ଓଡ଼ିଶା ୬ଷ୍ଠ ସ୍ଥାନରେ ରହିବା ପରେ ଚେଇଁ ଉଠିଛନ୍ତି ସରକାର ।  ଏହି ଅପବାଦରୁ ବର୍ତ୍ତିବା ପାଇଁ କଡ଼ା ଆଭିମୁଖ୍ୟ ପୋଷଣ କରିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚଶିକ୍ଷା ବିଭାଗ । ମନ୍ତ୍ରୀ କହିଛନ୍ତି କ୍ୟାମ୍ପସରେ ଆଖି ମାରିଲେ ମଧ୍ୟ ଦଣ୍ଡବିଧାନ ହେବ। ଏନେଇ ଖୁବ୍‌ ଶିଘ୍ର ସର୍କୁଲାର୍ ଜାରି କରିବାକୁ ବିଭାଗୀୟ ସଚିବଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲିର ରାଗିଂ ସମ୍ପର୍କିତ ତଥ୍ୟକୁ ମାନିବାକୁ ପ୍ରସ୍ତୁତ ନ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଆଜି କହିଛନ୍ତି ଅଭିଯୋଗ ପ୍ରମାଣିତ ହେଲେ ସଂପୃକ୍ତ ଛାତ୍ରଙ୍କୁ ବହିଷ୍କାର କରାଯିବ। କିମ୍ବା ରେଜଲ୍ଟ ସ୍ଥଗିତ ରଖାଯିବ।  ଏନେଇ ବିଭାଗୀୟ ସଚିବଙ୍କୁ ସର୍କୁଲାର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଅଧିକ ରାଗିଂ ଅଭିଯୋଗ ଆସୁଥିବା ମେଡ଼ିକାଲ୍ ଓ ଡିଗ୍ରୀ କଲେଜରେ କିଭଳି ପଦକ୍ଷେପ ଗ୍ରହଣ କରାଯିବ, ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ, ସେନେଇ ସର୍କୁଲାରରେ ବିଶଦ୍ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ରାଗିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇନ ଅଛି । ଡକ୍ଟର ରାଘବନ କମିଟି ରିପୋର୍ଟ ଆଧାରରେ ପଦକ୍ଷେପ ନେବାକୁ ବି ନିର୍ଦ୍ଦେଶ ରହିଛି । ଓଡ଼ିଶାରେ ରାଗିଂ ନିରୋଧ ପାଇଁ ସ୍କିଲ୍ ଡେଭେଲପ୍ମେଣ୍ଟ ଆଣ୍ଡ ଟେକ୍ନିକାଲ୍ ଏଜୁକେସନ୍ ବିଭାଗ ହେଉଛି ନୋଡାଲ୍ ଏଜେନ୍ସି।  ବିଭାଗ ପକ୍ଷରୁ ଗତ ଜୁନ୍ ୧୩ରେ ସମସ୍ତ ଜିଲ୍ଲାର ଜିଲାପାଳ ଓ ଏସ୍‌ପିଙ୍କୁ ରାଗିଂ ରୋକିବା ପାଇଁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା । ତେବେ ରାଗିଂକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ତତ୍ପରତାକୁ ବିଭିନ୍ନ କଲେଜ ଏବଂ ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି।



from OdishaReporter https://ift.tt/2Mg64S1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages