ଜାତୀୟ ପତାକା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଜାତୀୟ ପତାକା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଓଡ଼ିଶା ରିପୋର୍ଟର(ପ୍ରଦୀପ ଭାରତୀ): ଜାତୀୟ ପତାକାକୁ ସମସ୍ତେ ସମ୍ମାନ ଦେବାକୁ ବାଧ୍ୟ। ଏହା ସହିତ ତ୍ରିରଙ୍ଗାର ଏକ ଖାସ୍‌ ପରିଚୟ ମଧ୍ୟ ରହିଛି। ଯେଉଁମାନେ ତ୍ରିରଙ୍ଗାକୁ ଅଧିକ ଭଲପାଆନ୍ତି, ସେମାନେ କେବେ ୨୬ ଜାନୁଆରୀ ୨୦୦୨କୁ ଭୁଲିବେ ନାହିଁ। କାରଣ ଏହି ଦିନ ଭାରତର ସାଧାରଣ ନାଗରିକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ଯେ କୌଣସି ଦିନରେ ବି ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ମିଳିଥିଲା।

ଏମିତି ନୁହେଁକି ପୂର୍ବରୁ ଲୋକମାନଙ୍କର ପତାକା ଉଡ଼ାଇବାର ଅଧିକାର ନଥିଲା। କ୍ଷମତା ତ ଥିଲା, ହେଲେ ଏହା କେବଳ ରାଷ୍ଟ୍ରୀୟ ଦିବସ- ସ୍ୱାଧୀନତା ଓ ଗଣତନ୍ତ୍ର ଦିବସରେ ସୀମିତ ଥିଲା।

୨୬ ଜାନୁଆରୀ ୨୦୦୨ରେ ଇଣ୍ଡିଆ‌ନ୍‌ ଫ୍ଲାଗ୍‌ କୋଡ୍‌ରେ ସଂଶୋଧନ କରାଯାଇଥିଲା। ଏବେ ଲୋକମାନେ ସେମାନଙ୍କ ଘରେ, ଅଫିସ୍‌ ଓ କାରଖାନା ଆଦିରେ ଜାତୀୟ ପତାକା ଉଡ଼ାଇବାର ଅନୁମତି ପାଇଛନ୍ତି।

ଫ୍ଲାଗ୍‌ କୋଡ୍

ଇଣ୍ଡିଆନ୍‌ ଫ୍ଲାଗ୍‌ କୋଡ୍‌କୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟିରେ ଜାତୀୟ ପତାକାର ଆକାର ଓ ନିର୍ମାଣ ସମ୍ପର୍କିତ ନିୟମ ବିଷୟରେ ଉଲ୍ଲେଖ ରହିଛି। ଦ୍ୱିତୀୟରେ ସାଧାରଣ ଲୋକ, ସଂଗଠନ, ଶିକ୍ଷାନୁଷ୍ଠାନ ଦ୍ୱାରା ପତାକା ଉତ୍ତୋଳନ ଓ ରକ୍ଷଣାବେକ୍ଷଣ ଆଦି ବିଷୟରେ ନିୟମ ରହିଛି। ସେହିପରି ତୃତୀୟ ଭାଗରେ କେନ୍ଦ୍ର ଓ ରାଜ୍ୟ ସରକାର ଓ ସେମାନଙ୍କ ସଂଗଠନ ଏବଂ ସଂସ୍ଥା ଦ୍ୱାରା ପତାକା ଉତ୍ତୋଳନ ଓ ରକ୍ଷଣାବେକ୍ଷଣ ଆଦି ବିଷୟରେ ନିୟମ ରହିଛି।

ଜାତୀୟ ପତାକାକୁ ଅସମ୍ମାନର ଦଣ୍ଡ

ପତାକାକୁ କୌଣସି ପ୍ରକାର ଅସମ୍ମାନ ପ୍ରଦର୍ଶନ କଲେ (ପ୍ରିଭେନ୍‌ସନ୍‌ ଅଫ୍‌ ଇନ୍‌ସଲ୍ଟ ଟୁ ନ୍ୟାସ୍‌ନାଲ୍‌ ଅନର୍‌ ଆକ୍ଟ ୧୯୭୭) ଅନୁଯାୟୀ ଦଣ୍ଡ ଦିଆଯାଇଥାଏ। ଏହି ଆଇନ୍‌ରେ ୨୦୦୩ରେ ସଂଶୋଧନ କରାଯାଇଛି। ଏଥିରେ ଦର୍ଶାଯାଇଛି, ପ୍ରଥମ ଥର ଅସମ୍ମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ସଜା ଓ ଜରିମାନା ହୋଇପାରେ। ଦ୍ୱିତୀୟ ଥର ଅପରାଧ କଲେ ଅତି କମ୍‌ରେ ୧ ବର୍ଷ ଜେଲ୍‌ଦଣ୍ଡ ମିଳିବ।


ରାତିରେ ବି ଉଡ଼ାଇ ପାରିବେ ପତାକା

ଭାରତୀୟ ନାଗରିକମାନେ ଏବେ ରାତିରେ ମଧ୍ୟ ପତାକା ଉଡ଼ାଇ ପାରିବେ। ଅବଶ୍ୟ ଏଥିପାଇଁ କେତେଗୁଡ଼ିଏ ଦିଗ ପ୍ରତି ଦୃଷ୍ଟିଦେବାକୁ ହେବ। ପ୍ରଥମତଃ, ପତାକାର ପୋଲ୍‌ ଲମ୍ବା ହୋଇଥିବା ଆବଶ୍ୟକ। ବିଶ୍ୱରେ ବିଭିନ୍ନ ଦେଶରେ ଦିନରାତି ଉଡୁଥିବା ଜାତୀୟ ପତାକାର ଖୁଣ୍ଟର ଉଚ୍ଚତା ୧୦୦ ଫୁଟ ବା ତା’ଠାରୁ ଅଧିକ। ସେଠାରେ ପତାକାକୁ ରାତିରେ ସଦାସର୍ବଦା ଆଲୋକିତ କରି ରଖିବା ପାଇଁ ବିଦ୍ୟୁତ୍‌ ବ୍ୟବସ୍ଥା ସାଙ୍ଗକୁ ବିଜୁଳି ଯୋଗାଣ ବ୍ୟାହତ ହେଲେ ବିକଳ୍ପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥାଏ। ତେଣୁ ରାତିରେ ପତାକା ଉପରେ ଆଲୋକ ପଡ଼ିବା ନିହାତି ଆବଶ୍ୟକ। କୌଣସି ପରିସ୍ଥିତିରେ ଜାତୀୟ ପତାକା ଅନ୍ଧାରରେ ରହିବ ନାହିଁ ବୋଲି ଆଇନରେ ଦର୍ଶାଯାଇଛି।



from OdishaReporter https://ift.tt/2OzgnRL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages