ଖାଇବାକୁ ଯାଉଥିଲେ, ବଜ୍ରପାତରେ ଚାଲିଗଲା ଛାତ୍ରୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଖାଇବାକୁ ଯାଉଥିଲେ, ବଜ୍ରପାତରେ ଚାଲିଗଲା ଛାତ୍ରୀଙ୍କ ଜୀବନ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ମଧ୍ୟାହ୍ନ ଭୋଜନ କରିବାକୁ ଯାଉଥିଲେ। ମାତ୍ର ଖାଇ ପାରିଲେ ନାହିଁ। ରାସ୍ତାରେ ଚାଲିଗଲା ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଜୀବନ। ଅନ୍ୟ ୫ ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଆଜି ଅପରାହ୍ନ ୨ଟା ବେଳେ ଢେଙ୍କାନାଳ ଜିଲ୍ଲା  କରଣ୍ଡା ପଠାଣୀ ସାମନ୍ତ ଇଂଜିନିୟରିଂ କଲେଜର ୬ ଜଣଙ୍କ ଛାତ୍ରୀ ମଧ୍ୟାହ୍ନ ଭୋଜନ କରିବା ପାଇଁ କଲେଜ ବାହାରକୁ ଯାଉଥିଲେ। ଏହି ସମୟରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ମାରିଥିଲା। ତେଣୁ ସେମାନେ ବାଧ୍ୟ ହୋଇ କଲେଜ ଗେଟ୍‌ ସମ୍ମୁଖ ବସ୍‌ ଷ୍ଟପ୍‌ରେ ଅଟକିଥିଲେ। ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ କଳ୍ପନା ନାୟକ ନାମକ ଜଣେ ସିଭିଲ୍‌ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସମେତ ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ।

ସେମାନଙ୍କୁ ସଙ୍ଗେ ସଙ୍ଗେ ଖଜୁରିଆକଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ହିନ୍ଦୋଳ ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ଘର ରାସୋଳ ଥାନା ବାହାଳ ଗାଁର ବୋଲି କଲେଜ ସୂତ୍ରରୁ ଜଣାପଡ଼ିଛି।

ତେବେ ଅନ୍ୟ ୫ ଜଣ ଛାତ୍ରୀ ଏବେ ଖଜୁରିଆକଟା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଏହି ଘଟଣା ପରେ କଲେଜରେ ଭୟର ବାତାବରଣ ଖେଳି ଯାଇଛି। କଲେଜ କର୍ତ୍ତୃପକ୍ଷ ନିଜସ୍ୱ ବସ୍‌ରେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇଛନ୍ତି। ଅନ୍ୟପକ୍ଷରୁ ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଛାତ୍ରଙ୍କ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା କଲେଜ ସୂତ୍ରରୁ ପ୍ରକାଶ।



from OdishaReporter https://ift.tt/2P2yTmC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages