ଗୋଟିଏ ଗୁଳି ମାରି ଦୁଇଟି ଶିକାର ଯୋଜନାରେ ଶ୍ରୀକାନ୍ତ: ସୌମ୍ୟଙ୍କୁ ଏମିତି ଭାଷାରେ ଗାଳି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଗୋଟିଏ ଗୁଳି ମାରି ଦୁଇଟି ଶିକାର ଯୋଜନାରେ ଶ୍ରୀକାନ୍ତ: ସୌମ୍ୟଙ୍କୁ ଏମିତି ଭାଷାରେ ଗାଳି ଦେଲେ

ଗାନ୍ଧି ପରିବାର ପ୍ରତି ସୌମ୍ୟଙ୍କ ଲେଖା କେବଳ ଜଣେ ବିକୃତ ମଣିଷ ପକ୍ଷେ ସମ୍ଭବ ଓ ଯିଏ ବିଜେଡିରେ ମିଶିବାର ୨ ଘଣ୍ଟା ଭିତରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ହେବା ନେଇ ଅସନ୍ତୁଷ୍ଟ ଥିବା ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ‘କହିଁପେ ନିଗାହେଁ, କହିଁପେ ନିଶାନା’ ଫର୍ମୁଲା ଆପଣାଇଛନ୍ତି।

ପୂର୍ବରୁ ପିସିସି ଇସ୍ତାହାର କମିଟି ମୁଖ୍ୟ ଭାବେ  ଶ୍ରୀ ଜେନା ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ପରୋକ୍ଷରେ ପଟ୍ଟନାୟକ ପରିବାରକୁ ଟାର୍ଗେଟ୍ କରିଥିବାବେଳେ ମଙ୍ଗଳବାର ପ୍ରଥମଥର ପାଇଁ ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ତଥା ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂସ୍କାର, ଶାଳୀନତା ଓ ଶିଷ୍ଟାଚାରକୁ ନେଇ ପ୍ରଶ୍ନ ଉଠାଇବା ସଙ୍ଗେ ସଙ୍ଗେ ସୌମ୍ୟଙ୍କ ‘ବିକୃତ ମାନସିକତା ଥିବା ଉଲ୍ଲେଖ କରି ଗଣମାଧ୍ୟମକୁ ଏକ ପ୍ରେସ ରିଲିଜ ପଠାଇଛନ୍ତି।

ବରିଷ୍ଠ ନେତା ଶ୍ରୀ ଜେନା ପ୍ରାୟ ମାସକ ତଳେ ଅର୍ଥାତ ଜୁଲାଇ ୨୪ତାରିଖରେ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ରେ ପ୍ରକାଶିତ ଏକ ଲେଖାକୁ ନେଇ ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ତାଙ୍କ ସଂସ୍କାର, ଶାଳୀନତା ଓ ଶିଷ୍ଟାଚାର କଥା ଉଠାଇ ପରୋକ୍ଷରେ ତାଙ୍କ ପରିବାରର ସଂସ୍କାର ପ୍ରତି ଅଙ୍ଗୁଳି ଉଠାଇବାକୁ ପଛାଇ ନାହାନ୍ତି।

ଶ୍ରୀ ଜେନା ମଙ୍ଗଳବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସୌମ୍ୟରଞ୍ଜନଙ୍କ ମାଲିକାନାରେ ଥିବା ‘ସମ୍ବାଦ’ର ଜୁଲାଇ ୨୪ ତାରିଖ ସଂସ୍କରଣରେ ‘ଚପଳ ବାଳକ’ ଶୀର୍ଷକ ପ୍ରକାଶିତ ଲେଖାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପ୍ରତି ହୋଇଥିବା ସମାଲୋଚନାକୁ ନେଇ ଆପତ୍ତି ଉଠାଇଛନ୍ତି। ସେହି ଲେଖା ଉପରେ ବିଜେଡି କିଭଳି ପ୍ରତିକ୍ରିୟାଶୀଳ ହୋଇନାହିଁ ଓ କାହିଁକି ନିନ୍ଦା କରିନି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି।

‘‘ଶାଳୀନତା ଓ ଶିଷ୍ଟାଚାରର ଲକ୍ଷ୍ମଣରେଖା ମଧ୍ୟରେ ରାଜନୀତିକ ବ୍ୟକ୍ତି ନିଜକୁ ପରିଚାଳିତ କରେ। କିନ୍ତୁ ସୌମ୍ୟ ବ୍ୟକ୍ତିଗତ ସ୍ତରକୁ ଯାଇ ଗଣମାଧ୍ୟମର ସ୍ୱାଧୀନତା ଆଳରେ ନିଜ ସମ୍ବାଦପତ୍ରରେ ଦିବଂଗତ ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ପ୍ରତି କୁତ୍ସାରଟନା କରିଛନ୍ତି। ଗାନ୍ଧି ପରିବାର ପ୍ରତି ସୌମ୍ୟଙ୍କ ଲେଖା କେବଳ ଜଣେ ବିକୃତ ମଣିଷ ପକ୍ଷେ ସମ୍ଭବ ଓ ଯିଏ ବିଜେଡିରେ ମିଶିବାର ୨ ଘଣ୍ଟା ଭିତରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା” ବୋଲି ଟିପ୍ପଣୀ ଦେଇ ସେଭଳି ଜଣେ ବ୍ୟକ୍ତିଙ୍କର ଏଭଳି କୁକାର୍ଯ୍ୟକୁ ଭର୍ତ୍ସନା କରିବା ପାଇଁ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଶ୍ରୀକାନ୍ତଙ୍କ ଏହି ଚିଠି ପଛରେ ପ୍ରକୃତ ଉଦ୍ଦେଶ୍ୟ କ’ଣ? କାହା ଉଦ୍ଦେଶ୍ୟରେ ଶ୍ରୀକାନ୍ତ ପ୍ରାୟ ମାସକ ତଳର ଏକ ପ୍ରସଙ୍ଗକୁ ଏବେ ଉଠାଇଛନ୍ତି? ବିଜେଡି ସୁପ୍ରିମୋଙ୍କ ତଥାକଥିତ କଟ୍ଟରବିରୋଧୀ ହୋଇ ମଧ୍ୟ ସେ ତାଙ୍କୁ ଏପରି ଚିଠି ଲେଖି କିଭଳି କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି? ଏସବୁକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ତେବେ ରାଜନୀତିକ ବିଶ୍ଳେଷକଙ୍କ ମତରେ, ନିରଞ୍ଜନ ପିସିସି ମୁଖିଆ ହେବା ପରେ ଗୁରୁତ୍ୱପୂର୍ଣ୍ଣ ପ୍ରଦେଶ ନିର୍ବାଚନ କମିଟିରେ ଶ୍ରୀକାନ୍ତଙ୍କୁ ସ୍ଥାନ ମିଳିନାହିଁ। କିମ୍ବା ନିରଞ୍ଜନଙ୍କ ନେତୃତ୍ୱାଧୀନ କମିଟିଗୁଡ଼ିକରେ ଶ୍ରୀକାନ୍ତଙ୍କର ଭୂମିକା ରହୁନି। ନିରଞ୍ଜନଙ୍କ ନିଯୁକ୍ତିକୁ ପ୍ରଥମରୁ ବିରୋଧ କରୁଥିବା ଶ୍ରୀକାନ୍ତ ଏଆଇସିସି ଦ୍ୱାରା ପ୍ରଦେଶ ଇସ୍ତାହାର କମିିଟିର ମୁଖ୍ୟ ଭାବେ ନିଯୁକ୍ତି ପାଇବା ପରେ ହିଁ କଂଗ୍ରେସ ରାଜ୍ୟରେ ଖଣି ଦୁର୍ନୀତିକୁ ପ୍ରସଙ୍ଗ କରିବ ବୋଲି କହିଥିଲେ।

ସେହିପରି ଗତ ଦୁଇଦିନ ପୂର୍ବରୁ ପିସିସିର ରଣନୀତି ବୈଠକରେ ମଧ୍ୟ ଶ୍ରୀକାନ୍ତ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଖଣି କାରବାର ସହ ପଟ୍ଟନାୟକ ପରିବାର (ନିରଞ୍ଜନଙ୍କ)ର ସମ୍ପର୍କ ଥିବାରୁ ଏହି ଦୁର୍ନୀତିକୁ ଶ୍ରୀକାନ୍ତ ବାରମ୍ବାର ଉଠାଇ ନିରଞ୍ଜନଙ୍କୁ ‘ଚେକ୍’ ଦେବାକୁ ଉଦ୍ୟମ କରୁଛନ୍ତି। ଏବେ ନିରଞ୍ଜନଙ୍କ ସାନଭାଇ ସୌମ୍ୟଙ୍କୁ ସମାଲୋଚନା କରି ଶ୍ରୀକାନ୍ତ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଚାଲ୍ ଖେଳିଛନ୍ତି ସୌମ୍ୟଙ୍କ ସଂସ୍କାର, ଶାଳୀନତା ଓ ଶିଷ୍ଟାଚାର ଜ୍ଞାନର କଥା ଉଠାଇ ସେ ପରୋକ୍ଷରେ ନିରଞ୍ଜନଙ୍କ ପରିବାରକୁ ମଧ୍ୟ କାଠଗଡ଼ାରେ ଛିଡ଼ା କରାଇବାକୁ ଉଦ୍ୟମ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା।



from Odisha Reporter https://ift.tt/2MuGQDC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages