
ଭୁବନେଶ୍ଵର (ଓଡିଶା ରିପୋର୍ଟର୍): ସ୍ମାର୍ଟ୍ଫୋନ୍ ନିର୍ମାତା ଚାଇନିଜ୍ କମ୍ପାନୀ ‘ସାଓମୀ’ ନିଜର Poco F1 ସ୍ମାର୍ଟ୍ଫୋନ୍କୁ ଭାରତରେ ଲଞ୍ଚ୍ କରିଛି। ଜବରଦସ୍ତ୍ ଲୁକ୍ ସହିତ ଫୋନ୍ରେ ଦମ୍ଦାର୍ ବ୍ୟାଟେରୀ ବ୍ୟାକ୍ଅପ୍ ପାୱାର୍ ଦିଆଯାଇଛି। ଖାଲି ସେତିକି ନୁହେଁ, ଏଥିରେ 4000 mAhର ପାୱାର୍ଫୁଲ୍ ବ୍ୟାଟେରୀ ମଧ୍ୟ ରହିଛି।
ଏହି ସ୍ମାର୍ଟ୍ଫୋନ୍ରେ ଗ୍ରାହକ ଲଗାତର ୮ ଘଣ୍ଟା ଯାଏ ଗେମ୍ ଖେଳିପାରିବେ ଓ ଚାର୍ଜ କରିବା ପରେ ୩୦ ଘଣ୍ଟା ଯାଏ କଥା ହୋଇପାରିବେ। ଏହି ସ୍ମାର୍ଟ୍ଫୋନ୍କୁ କଳା,ନୀଳ ଓ ଗୋଲାପୀ ରଙ୍ଗରେ ଲଞ୍ଚ୍ କରାଯାଇଛି। ଏଥିରେ 4G ପ୍ଲସ୍ ନେଟ୍ୱର୍କ୍ ସୁବିଧା ଦିଆଯାଇଛି।

କ‘ଣ ଖାସ୍ ରହିଛି: ଏହି ଫୋନ୍ଟି ଡୁଆଲ୍ ସିମ୍ ସପୋର୍ଟେଡ୍ ସହିତ ଓରିଓ ୮.୦ରେ ଚାଲିବ। ଫୋନ୍ରେ ସବୁଠାରୁ ଖାସ୍ କଥା ହେଲା, ଏଥିରେ ୬.୧୮ ଇଞ୍ଚ୍ର ଏଚ୍ଡି ପ୍ଲସ୍ ଡିସ୍ପ୍ଲେ ଦିଆଯାଇଛି। ଯାହାର ଏସ୍ପେକ୍ଟ ରେସିଓ ୧୮.୭.୯ ରହିଛି। ଏଥିରେ ସ୍ନାପ୍ଡ୍ରାଗନ୍ ୮୪୫ ପ୍ରୋସେସର୍ ଦିଆଯାଇଛି।

କ୍ୟାମେରା: ସେଲ୍ଫି ପାଇଁ ଏଥିରେ ୨୦ ମେଗାପିକ୍ସେଲ୍ ଫ୍ରଣ୍ଟ୍ କ୍ୟାମେରା ଦିଆଯାଇଛି। ସେହିଭଳି ରିୟର୍ରେ ଏଲ୍ଇଡି ଫ୍ଲାସ୍ ସହିତ ୧୨ ମୋଗାପିକ୍ସେଲ୍ର ସୋନୀ ସେନ୍ସର୍ ଓ ୫ ମେଗାପିକ୍ସେଲ୍ର ସ୍ୟାମ୍ସଙ୍ଗ୍ ସେନ୍ସର୍ ସହିତ ଦୁଇଟି କ୍ୟାମେରା ଦିଆଯାଇଛି।

କେନେକ୍ଟିଭିଟି: ଫୋନ୍ରେ ୱାଇଫାଇ ୮୦୨.୧୧ ABGNAC ବ୍ଲଟୁଥ୍ ୫.୦ ୟୁଏସ୍ବି ଟାଇପ୍ ସି’ ପୋର୍ଟ୍ GPS AGPS ଓ ଗ୍ଲୋନସ୍ ଭଳି ସୁବିଧା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଫୋନ୍ରେ ଫେସ୍ ଲକିଂ ଫିଚର୍ ମଧ୍ୟ ରହିଛି।

ଷ୍ଟୋରେଜ୍: Xiaomi Poco F1 କୁ ତିନିଟି ରାମ୍ ଭ୍ୟାରିୟାଣ୍ଟ୍ରେ ଲଞ୍ଚ୍ କରାଯାଇଛି। 6GB ରାମ୍ 64GB ଷ୍ଟୋରେଜ୍ ବିଶିଷ୍ଟ ସ୍ମାର୍ଟ୍ଫୋନ୍ର ଦାମ୍ ୨୦, ୯୯୯ ଟଙ୍କା, 6GB ରାମ୍ 128 GB ଷ୍ଟୋରେଜ୍ ବିଶିଷ୍ଟ ଫୋନ୍ର ଦାମ୍ ୨୩, ୯୯୯ ଟଙ୍କା ଓ 8 GB ରାମ୍ 256 GB ଷ୍ଟୋରେଜ୍ ବିଶିଷ୍ଟ ଫୋନ୍ର ଦାମ୍ ୨୮,୯୯୯ ଟଙ୍କା ରହିଛି।

ଅନ୍ୟାନ୍ୟ ଅଫର୍: Xiaomi Poco F1 ଫୋନ୍ରେ ଜିଓ ପକ୍ଷରୁ ୮ ହଜାର ଟଙ୍କାର ଅଫର୍ ଦିଆଯିବା ସହିତ ଲଞ୍ଚିଂ ଅଫର୍ ମଧ୍ୟ ରହିଛି। HDFC ବ୍ୟାଙ୍କ୍ର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ରେ ପେମେଣ୍ଟ୍ କଲେ ହଜାରେ ଟଙ୍କାର ଡିସ୍କାଉଣ୍ଟ ସହିତ ନୋ କଷ୍ଟ୍ ଇଏମ୍ଆଇର ଲାଭ ମଧ୍ୟ ମିଳିବ।
ଫଟୋ ସୌଜନ୍ୟ-gizmochina.com
from Odisha Reporter https://ift.tt/2N9rJvq
No comments:
Post a Comment