
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଆମେ ଫଳ ଏବଂ ପରିବା ଖାଇବାକୁ ପସନ୍ଦ କରିଥାଉ। ଏସବୁକୁ କାଟି ଖାଇ ସାରିବା ପରେ ଏହାର ମଞ୍ଜିସବୁକୁ ଡଷ୍ଟ୍ବିନ୍ରେ ଫିଙ୍ଗି ଦେଇଥାଉ। ତେବେ ଏମିତି କିଛି ମଞ୍ଜି ଅଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି ୬ଟି ମଞ୍ଜିବିଷୟରେ କହିବୁ, ଯାହାର ବ୍ୟବହାର ଜାଣିବା ପରେ ଆପଣ ଏଗୁଡ଼ିକୁ ଆଉ ଡଷ୍ଟବିନ୍ରେ ଫିଙ୍ଗିବାକୁ ଚାହିଁବେନାହିଁ।
୧.ତରଭୁଜ ମଞ୍ଜି

୨. ଅମୃତଭଣ୍ଡା ମଞ୍ଜି

ଯଦି ଆପଣଙ୍କୁ ଏହି ମଞ୍ଜି ଖାଇବା ପାଇଁ ଭଲ ଲାଗୁନାହିଁ, ତେବେ ଏହି ମଞ୍ଜିକୁ ଔଷଧ ପରି ମହୁରେ ପକାଇ ଖାଆନ୍ତୁ। କିନ୍ତୁ ଗର୍ଭବତୀମାନେ ଏହି ମଞ୍ଜି ଖାଇବାଠାରୁ ଦୂରେଇ ରହନ୍ତୁ। ଏହାକୁ ଖାଇଲେ ଗର୍ଭ ନଷ୍ଟ ହେବାର ଆଶଙ୍କା ରହିଥାଏ। ଏହା ସହିତ ଏହି ମଞ୍ଜିକୁ ଅଧିକ ମାତ୍ରାରେ ଖାଇଲେ ପୁରୁଷଙ୍କର ପ୍ରଜନନ ଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ।
୩. କଖାରୁ ମଞ୍ଜି

କଖାରୁ ମଞ୍ଜିକୁ ଆପଣ କଞ୍ଚା ମଧ୍ୟ ଖାଇପାରିବେ। ଏହାକୁ ସୁପ୍, ଦହି ଏବଂ ସାଲାଡ୍ରେ ମଧ୍ୟ ପକାଇ ଖାଆନ୍ତୁ। ଏହା ସହିତ ଏହି ମଞ୍ଜିକୁ କେକ୍ କରିବା ପୂର୍ବରୁ ପକାଇ କେକ୍କୁ ଷ୍ଟିମ୍ କରନ୍ତୁ।
ଆପଣଙ୍କୁ ଜଣାଥିବ, ଓଡ଼ିଆ ଘରମାନଙ୍କରେ ଏହି କଖାରୁ ମଞ୍ଜିକୁ ଶୁଖାଇ ଭାଜି ଖିଆଯାଏ। ଯାହା ଖାଇବାକୁ ସ୍ୱାଦିଷ୍ଟ ବି ଲାଗିଥାଏ।
୪. ଅଲ୍ସୀ ଫୁଲର ମଞ୍ଜି(flax seed)

ଯଦି ଆପଣ ରକ୍ତଚାପ, ରକ୍ତଶର୍କରା ଏବଂ କୋଲେଷ୍ଟ୍ରଲ୍ର ସ୍ତରକୁ କମ୍ କରିବା ପାଇଁ ଚେଷ୍ଚା କରୁଛନ୍ତି, ତେବେ ଅଲ୍ସୀ ମଞ୍ଜିକୁ ପ୍ରତିଦିନ ଖାଆନ୍ତୁ।
ଭଜା ହୋଇଥିବା ଅଲ୍ସୀ ମଞ୍ଜି ଖାଇଲେ, ଆପଣଙ୍କର ଭୋକ ନିୟନ୍ତ୍ରିତ ହେବା ସହିତ ଓଜନ ମଧ୍ୟ ହ୍ରାସ ହୋଇଥାଏ।
୫.ସୂର୍ଯ୍ୟମୁଖୀ ଫୁଲ ମଞ୍ଜି

ଏହାକୁ ଆପଣ ସାଲାଡ୍, ଚିକେନ୍ ଏବଂ ଛଣା ଯାଉଥିବା ଅଣ୍ଡାରେ ପକାଇ ଖାଇପାରିବେ।
ସୂର୍ଯ୍ୟମୁଖୀ ମଞ୍ଜି ଓଷ୍ଟିଓପୋରୋସିସ୍, ଆଣ୍ଠୁଗଣ୍ଠି ସମସ୍ୟା ଏବଂ ଶ୍ୱାସ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଆପଣଙ୍କ କେଶ, ତ୍ୱଚାକୁ ସୁରକ୍ଷା ଏବଂ ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରେ।
୬. ପଣସ ମଞ୍ଜି

ପଣସ ମଞ୍ଜି ଖାଇବା ପାଇଁ ସହଜ ଉପାୟ ହେଉଛି, ଏହାକୁ ପ୍ରେସର୍ କୁକର୍ରେ ପକାଇ ସିଝାନ୍ତୁ। ସିଝିଗଲା ପରେ ଥଣ୍ଡା କରି ଏହାର ଚୋପା ଛଡ଼ାଇ ଖାଆନ୍ତୁ।
from OdishaReporter https://ift.tt/2MbKrp3
No comments:
Post a Comment