
କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ପୀଢପୋଖରୀ ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି।
ମୃତକ ଜଣଙ୍କ ହେଲେ ପୀଢପୋଖରୀ ଗାଁର ସୁଦାମ ମୁଣ୍ଡା। ଖବର ପାଇ ପୁଲିସ୍ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ପୁଲିସ୍ ୪ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଗାଁର ଟୁଟୁ ମୁଣ୍ଡାଙ୍କ ମାଆ ଦେହ କିଛିଦିନ ହେଲା ଖରାପ ରହିଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁଣିଗାରେଡ଼ି କରି ସୁଦାମ ତାଙ୍କ ମାଆକୁ ମାରି ଦେଇଥିବା ଟୁଟୁ ସନ୍ଦେହ କରୁଥିଲେ।
ଗତକାଲି ଟୁଟୁ ଓ ତାଙ୍କର ୩ ଜଣ ସମ୍ପର୍କୀୟ ଭାଇ ସେଣ୍ଡ ମୁଣ୍ଡା, ଦୁର୍ଗା ମୁଣ୍ଡା ଓ ମିଶ୍ର ମୁଣ୍ଡା ସହ ମିଶି ସୁଦାମଙ୍କୁ ଏକ ପଣସ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପରେ ସେମାନେ ମୃତଦେହକୁ ନେଇ ଏକ ଗାତରେ ଫିଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଆଜି ପୁଲିସ୍ ଶବ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
from OdishaReporter https://ift.tt/2ARPyX2
No comments:
Post a Comment