ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ସାମିଲ ହେବେନି ଏହି ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ସାମିଲ ହେବେନି ଏହି ଖେଳାଳି

ravi

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଭାରତୀୟ ଫାଷ୍ଟ୍‌ ବୋଲର୍‌ ଜସ୍‌ପ୍ରୀତ ବୁମ୍‌ରା ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ଏନେଇ ଭାରତୀୟ ବୋଲିଂ କୋଚ୍‌ ଭରତ ଅରୁଣ ସ୍ପଷ୍ଟ କରିଛନ୍ତି।

ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ ସମୟରେ ବୁମ୍‌ରାଙ୍କ ବାମ ହାତ ଆଙ୍ଗୁଳି ଫ୍ୟାକ୍‌ଚର୍‌ ହୋଇଯାଇଥିଲା। ଏକ ରିଟର୍ଣ୍ଣ କ୍ୟାଚ୍‌ ଧରିବା ବେଳେ ଏମିତି ଘଟିଥିଲା।

ଅରୁଣ କହିଛନ୍ତି,“ବୁମ୍‌ରା ବୋଲିଂ କରିବାକୁ ଫିଟ୍‌ ଅଛନ୍ତି। ହେଲେ ଏବେ ତାଙ୍କୁ ମ୍ୟାଚ୍‌ ଖେଳାଇବା ଠିକ୍ ହେବ ନାହିଁ। ପ୍ରଥମେ ତାଙ୍କ ହାତର ପ୍ଲାଷ୍ଟର ହଟାଯିବା ଜରୁରୀ। ପ୍ଲାଷ୍ଟର୍‌ ଥାଇ ସେ ଏବେ ନେଟ୍‌ରେ ପ୍ରାକ୍ଟିସ୍‌ କରୁଛନ୍ତି। ହେଲେ କ୍ୟାଚ୍‌ ପ୍ରାକ୍ଟିସ୍‌ ସଫ୍ଟ୍‌ ବଲ୍‌ରେ କରୁଛନ୍ତି।”

ସୂଚନାଯୋଗ୍ୟ, ଏହି ଆଘାତ କାରଣରୁ ବୁମ୍‌ରା ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିପାରି ନଥିଲେ।

୫ଜଣ ବୋଲର୍‌ ନେଇ ଖେଳିବା ଉପରେ ଅରୁଣ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, “ଇଂଲଣ୍ଡ ପିଚ୍‌ ସାଧାରଣତଃ ବୋଲର୍‌ଙ୍କୁ ସୁହାଇଥାଏ। ତେଣୁ ଏଠାରେ ଜଣେ ଅଧିକ ବ୍ୟାଟ୍ସମ୍ୟାନ୍‌ ନେବା ଅପେକ୍ଷା ୫ ଜଣ ବୋଲର୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ଭଲ ହେବ। ମୁଁ ଭାବୁଛି, ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ସବୁ ନିର୍ଭର କରେ। ବ୍ୟାଟ୍ସମ୍ୟାନ୍‌ମାନେ ଏବେ ବି ଇଂଲଣ୍ଡ ପରିବେଶରେ ନିଜକୁ ଖାପ ଖୁଆଇ ପାରିନାହାନ୍ତି, ଯାହା ପ୍ରଥମ ଟେଷ୍ଟରୁ ଜଣାପଡ଼ିଥିଲା। ତେଣୁ ଜଣେ ଅଧିକ ବ୍ୟାଟ୍ସମ୍ୟାନ୍‌ ନେବା ଅପେକ୍ଷା ୫ ଜଣ ବୋଲର୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ଅଧିକ ଉଚିତ୍‌ ହେବ।”



from OdishaReporter https://ift.tt/2KARxyI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages