ଗାର୍ଲଫ୍ରେଣ୍ଡ୍‌ଙ୍କୁ ନେଇ କ’ଣ ଥିଲା ସଲମାନ୍‌ଙ୍କ ବାପା ସଲିମ୍‌ଙ୍କ ତାଗିଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଗାର୍ଲଫ୍ରେଣ୍ଡ୍‌ଙ୍କୁ ନେଇ କ’ଣ ଥିଲା ସଲମାନ୍‌ଙ୍କ ବାପା ସଲିମ୍‌ଙ୍କ ତାଗିଦ୍

salimkhan

ମୁମ୍ବାଇ: ସୁପରଷ୍ଟାର୍ ‘ଦବଙ୍ଗ’ ଖାନ୍‌ ଓ ପରିବାରର ସମସ୍ତେ ବାପା ସଲିମ୍‌ ଖାନ୍‌ଙ୍କୁ ଖୁବ୍‌ ସମ୍ମାନ କରନ୍ତି। ବାପାଙ୍କ ଉପଦେଶ ଓ ନିୟମକୁ ସବୁ ଭାଇଭଉଣୀ କଡ଼ାକଡ଼ି ପାଳନ କରନ୍ତି।

ସଲମାନ୍‌ଙ୍କ କହିବା ଅନୁଯାୟୀ, ଗାର୍ଲଫ୍ରେଣ୍ଡ୍‌ଙ୍କୁ ନେଇ ବାପା ସଲିମ୍‌ ଏକ ଉପଦେଶ ଦେଇଥିଲେ। ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବି ତାଗିଦ୍‌ କରିଥିଲେ। ଏକଥା ସଲମାନ୍‌ ନିକଟରେ ନିଜ ଶୋ’ ‘ଦସ୍‌ କା ଦମ୍‌’ରେ ଖୁଲାସା କରିଛନ୍ତି।

salimandhissons

ଶୋ’ ସମୟରେ ଜଣେ ପ୍ରତିଯୋଗୀଙ୍କୁ ସଲମାନ୍‌ ପଚାରିଥିଲେ, କେତେ ପ୍ରତିଶତ କପଲ୍‌ ପବ୍ଲିକ୍‌ ସ୍ଥାନରେ ରୋମାନ୍ସ କରୁଥିବା ସମୟରେ ପୋଲିସ୍‌ର ଗାଳି ଶୁଣୁଛନ୍ତି। ଏ ବିଷୟରେ ପ୍ରତିଯୋଗୀ ଜଣଙ୍କ କିଛି ଉତ୍ତର ଦେବା ପୂର୍ବରୁ ସଲମାନ୍‌ କହିଥିଲେ, ପବ୍ଲିକ୍‌ ପ୍ଲେସ୍‌ରେ ରୋମାନ୍ସ କରିବା ଅବଶ୍ୟ ଏକ ଦୁଃଖଦ ଘଟଣା। କିନ୍ତୁ ଏମିତି କରିବାକୁ କପଲ୍‌ମାନେ ବାଧ୍ୟ ହୋଇଥା’ନ୍ତି।  କାରଣ କିଛି କପଲ ଘରେ ସମୟ ବିତାଇ ପାରନ୍ତି ନାହିଁ। ଆଉ କାହା ଘରେ ୮ରୁ ୧୦ ଜଣ ସଦସ୍ୟ ଥିବାରୁ ଏହା ସମ୍ଭବ ହୋଇ ପାରିନଥାଏ। ଆଉ କେହି ହୋଟେଲ୍‌ ମଧ୍ୟ ବୁକ୍‌ କରି ପାରୁନଥିବେ, କାରଣ ସମାଜ ଏହାକୁ ଏକ ଭିନ୍ନ ନଜରରେ ଦେଖିଥାଏ।

ତା’ପରେ ସଲମାନ୍‌ ନିଜ ପରିବାର ବିଷୟରେ କହିଥିଲେ। ସେ କହିଥିଲେ,‘‘ମୋ ବାପା ଏହି ପ୍ରସଙ୍ଗରେ ବେଶ୍ କଠୋର। ସହରରେ ଏଣେ ତେଣେ କିମ୍ବା ପବ୍ଲିକ୍‌ ସ୍ଥାନରେ କେଉଁଠି ଗାର୍ଲଫ୍ରେଣ୍ଡ୍‌ଙ୍କ ସହ ସମୟ ବିତାଇବାକୁ ସେ କଡ଼ା ବାରଣ କରନ୍ତି। ବାହାରେ ବୁଲିବା ବଦଳରେ ଘରେ ଗାର୍ଲଫ୍ରେଣ୍ଡ୍‌ଙ୍କ  ସହ ସମୟ ବିତାଇବାକୁ ବାପା ଅନୁମତି ଦେଇଥିଲେ। ଏହି ନିୟମ ମୋର ଅନ୍ୟ ଭାଇମାନଙ୍କ କ୍ଷେତ୍ରରେ ବି ଲାଗୁ ହେଉଥିଲା।”



from OdishaReporter https://ift.tt/2Oms0eU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages