ଜଣେ ଭାରତୀୟଙ୍କ ସମେତ ୩ ଜଣଙ୍କୁ ଅପହରଣ ପରେ ହତ୍ୟା କଲେ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଜଣେ ଭାରତୀୟଙ୍କ ସମେତ ୩ ଜଣଙ୍କୁ ଅପହରଣ ପରେ ହତ୍ୟା କଲେ ଆତଙ୍କବାଦୀ

କାବୁଲ: ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଅନ୍ତର୍ଜାତୀୟ କମ୍ପାନୀରେ କାର୍ଯ୍ୟ କରୁଥିବା ୩ ଜଣ କର୍ମଚାରୀଙ୍କୁ ଆଜି ଆତଙ୍କବାଦୀ ମାନେ ଅପହରଣ କରିବା ପରେ ହତ୍ୟା କରିଛନ୍ତି।

ଏମାନଙ୍କ ମଧ୍ୟରେ ଜଣେ ଭାରତୀୟ ଅଛନ୍ତି। ସେହିପରି ଅନ୍ୟଜଣେ ମ୍ୟାଲେସିଆର ହୋଇଥିବା ବେଳେ ଆଉଜଣେ ମାକେଡୋନିଆନ୍‌ର ନାଗରିକ।

ଏମାନେ ସମସ୍ତେ ବିଶ୍ୱର ଦ୍ୱିତୀୟ ବୃହତମ ଖାଦ୍ୟ ଓ କ୍ୟାଟ୍‌ରିଂ କମ୍ପାନୀ ‘ସୋଡେକ୍ସ’ରେ କାମ କରୁଥିଲେ।

ଏମାନେ କାର୍ଯ୍ୟ କରୁଥିବା ବେଳେ ଆତଙ୍କବାଦୀମାନେ କମ୍ପାନୀ ଭିତରେ ପଶି ୩ ଜଣଙ୍କୁ ଅପହରଣ କରି ନେଇଥିଲେ। ମଧ୍ୟାହ୍ନ ସମୟରେ ଏମାନଙ୍କ ମୃତଦେହ ମିଳିଛି।

ମୃତଦେହ ନିକଟରେ ପଡ଼ିଥିବା ପରିଚୟ ପତ୍ରରୁ ଏମାନଙ୍କ ସମ୍ପର୍କରେ ତଥ୍ୟ ମିଳିଛି ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।



from OdishaReporter https://ift.tt/2AvsQnC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages