ମାତ୍ର ସାତ ଦିନରେ ପେଟ କମାଇବାର ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ମାତ୍ର ସାତ ଦିନରେ ପେଟ କମାଇବାର ଉପାୟ

ଆଜିକାଲି ଅନିୟମିତତା ଜୀବନଶୈଳୀ ପାଇଁ ଲୋକମାନେ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ବ୍ୟତୀତ ଆଜିକାଲିର ଡିଜିଟାଲ୍‌ ଯୁଗରେ ଗୋଟିଏ ଜାଗାରେ ବସି ସବୁ କାମ ହେଇଯାଉଛି। ତେଣୁ ଅନେକ ଛୋଟ ବଡ଼ ଅଫିସ୍‌ରେ କାମ କରୁଥିବା ଲୋକମାନଙ୍କର ସବୁଠୁ ବଡ଼ ସମସ୍ୟା ହେଉଛି ପେଟ ବଢ଼ିବା।

ଗୋଟିଏ ଜାଗାରେ ବସି ଘଣ୍ଟା ଘଣ୍ଟା କାମ କରିବାରୁ ପେଟ ବଢ଼ିଥାଏ। ଏଥିସହ ଅସ୍ୱାସ୍ଥ୍ୟକର ଖାଦ୍ୟ ବା ଜଙ୍କଫୁଡ୍‌ ଖାଇଲେ ମଧ୍ୟ ପେଟ ବଢ଼ିଥାଏ। ତେବେ ଏହି ସମସ୍ୟାରୁ ସମସ୍ତେ ମୁକ୍ତି ପାଇବାକୁ ଚାହାଁନ୍ତି। ସମସ୍ତେ ଚାହାନ୍ତି ପେଟରେ ଜମିଥିବା ଚର୍ବି ଯେତେ ଶୀଘ୍ର କମିଯାଉ। ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବତାଇବୁ, ଯାହାଦ୍ୱାରା ଆପଣ ମାତ୍ର ୭ଦିନ ମଧ୍ୟରେ ପେଟ କମାଇପାରିବେ।

୧. ଉପବାସ କରନ୍ତୁ-  ସପ୍ତାହରେ ଗୋଟିଏ ଦିନ ଉପବାସ ରଖିବା ଲାଭଦାୟକ ହୋଇଥାଏ। ଯଦି ଆପଣ ଖାଦ୍ୟ ପ୍ରିୟ ଓ ସାମ୍ନାରେ ଖାଦ୍ୟ ଦେଖି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି, ତେବେ ସପ୍ତାହରେ ଗୋଟିଏ ଦିନ ନିହାତି ଭାବରେ ଉପବାସ ରଖନ୍ତୁ। ଉପବାସରେ କେବଳ ଫଳମୂଳ, ଲେମ୍ବୁ ପାଣି, କ୍ଷୀର, ଜୁସ୍‌, ସୁପ୍‌, ଫ୍ରୁଟ ସାଲାଡ୍‌ ଓ ଭେଜିଟେବଲ୍‌ ସାଲାଡ୍ ପ୍ରଭୃତି ସେବନ କରନ୍ତୁ।  ଏହା ଆପଣଙ୍କ ଶରୀର ସୁସ୍ଥ ରଖିବା ସହ ଓଜନ କମାଇବାରେମଧ୍ୟ ସାହାଯ୍ୟ କରେ।

୩. ଯୋଗ କରନ୍ତୁ-  ପେଟର ଚର୍ବି କମ୍‌ କରିବା ପାଇଁ ଯୋଗାସନ ସବୁଠୁ ଉତ୍ତମ ବିକଳ୍ପ। ପ୍ରତିଦିନ ସକାଳେ ଯୋଗ କରବା ଦ୍ୱାରା ଶରୀରରେ ଜମା ହୋଇଥିବା ଚର୍ବି କମିଯାଇଥାଏ।  ଏଥିସହ ଯୋଗ ଆପଣଙ୍କ ଶରୀରକୁ ସବୁପ୍ରକାରର ରୋଗରୁ ଦୂରେଇ ରଖେ। ପ୍ରତିଦିନ ସୂର୍ଯ୍ୟ ନମସ୍କାରର ସମସ୍ତ କ୍ରିୟା, ସ୍ୱର୍ଗାସନ, ଭୁଜଙ୍ଗାସନ, ବଜ୍ରାସନ, ପଦ୍ମାସନ, ଶବାଶନ କରିବା ଲାଭଦାୟକ ହୋଇଥାଏ।

୪. ଜଙ୍କ୍ ଫୁଡ୍‌ ଖାଆନ୍ତୁ ନାହିଁ- ଯଦି ଆପଣ ପେଟର ଚର୍ବିକୁ ସତରେ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଜଙ୍କ୍‌ଫୁଡ୍‌ରୁ ଦୂରେଇ ରୁହନ୍ତୁ। କାରଣ ଜଙ୍କ୍‌ଫୁଡ୍‌ ପେଟରେ ଚର୍ବି ବଢ଼ାଇବା କାମ ଅତି ତୀବ୍ରଗତିରେ କରିଥାଏ। ତେଣୁ ଯେତେ ସମ୍ଭବ କମ୍‌ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟାକରନ୍ତୁ। ବେଳେ ବେଳେ ସିଝା ପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। କେବଳ ଗହମ ଅଟା ରୁଟି ନଖାଇ ସେଥିରେ ଯଅ ଓ ବୁଟ ଅଟା ମିଶାଇ ରୁଟି ତିଆରି କରନ୍ତୁ।

୫. ଲେମ୍ବୁ ଓ ମହୁ- ମହୁ ଓଜନ କମାଇବାରେ ବିଶେଷ ସହାୟକ ହୋଇଥାଏ। ପ୍ରତିଦିନ ସକାଳେ ଖାଲିପେଟରେ ଏକଗ୍ଲାସ୍‌ ଉଷୁମ ପାଣିରେ କିଛି ଲେମ୍ବୁ ରସ ଓ ମହୁ ମିଶାଇ ପିଅନ୍ତୁ। ଦେଖିବେ ଆପଣଙ୍କ ପେଟରେ ଥିବା ଚର୍ବି ଶୀଘ୍ର କମିଯିବ।

୬. ଗ୍ରୀନ୍‌ ଟି ପିଅନ୍ତୁ-  ଯଦି ଆପଣ ଚାହା ପିଇବାକୁ ଭଲପାଆନ୍ତି ତେବେ କ୍ଷୀର ଚାହାକୁ ଭୁଲିଯାଆନ୍ତୁ ଓ ଗ୍ରୀନ୍‌ ଟି ପିଇବା ଆରମ୍ଭ କରନ୍ତୁ। ଆଣ୍ଟି ଅକ୍ସିଡେଣ୍ଚରେ ଭରପୁର ଗ୍ରୀନ୍‌ ଟି, ଲେମ‌ନ୍‌ ଟି କିମ୍ବା ବ୍ଲାକ୍‌ ଟି ପିଅନ୍ତୁ। କ୍ଷୀରରେ ଫ୍ୟାଟ୍‌ର ମାତ୍ରା ଅଧିକ ଥିବାରୁ କ୍ଷୀର ଚାହା ପିଇବାଦ୍ୱାରା ଚର୍ବି ବଢ଼ିଥାଏ।

୭. ଚଲାବୁଲା କରନ୍ତୁ- ପେଟର ଚର୍ବିକୁ କମ୍‌ କରିବା ପାଇଁ ପ୍ରତି ଦିନ ସକାଳୁ ମର୍ଣ୍ଣିଂ ୱାକ୍‌ କରନ୍ତୁ। ସେହିଭଳି ରାତ୍ରି ଭୋଜନ ପରେ ତୁରନ୍ତ ନ ଶୋଇ କିଛି ସମୟ ଚଲାବୁଲା କରନ୍ତୁ। ଏହା ଦ୍ୱାରା ଶରୀରରୁ ଅତିରିକ୍ତ କ୍ୟାଲୋରୀ କମ୍‌ ହୋଇଯାଇଥାଏ ଓ ପେଟର ଅତିରିକ୍ତ ଚର୍ବି ମଧ୍ୟ କମ୍‌ ହୋଇଥାଏ।

 

 



from OdishaReporter https://ift.tt/2O0kCFR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages