
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦହି ଖାଇବାକୁ ନେଇ ଅନେକ ଲୋକେ ଦ୍ୱନ୍ଦ୍ୱରେ ରୁହନ୍ତି। କେଉଁ ଋତୁରେ ଦହି ଖାଇବା ଉଚିତ୍ ଏବଂ କେଉଁ ଋତୁରେ ଖାଉବା ଅନୁଚିତ୍, ତାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ରୁହନ୍ତି। ସେମିତି କିଛି ଲୋକ ବର୍ଷାଦିନେ ଦହି ଖାଆନ୍ତି ନାହିଁ। ଖରାଦିନେ ସେମାନେ ଦହି ଖାଇବାକୁ ଭଲ ପାଆନ୍ତି। ଏବେ ପ୍ରଶ୍ନ ଉଠୁଛି, ବର୍ଷା ଦିନେ ଦହି ଖାଇବା ଉଚିତ୍ କି ନୁହେଁ? ଆସନ୍ତୁ ଜାଣିବା ଏହି ବିଷୟରେ।
୧. ବର୍ଷା ଦିନେ ଆମର ହଜମ ଶକ୍ତି ବହୁତ ଦୁର୍ବଳ ହୋଇଥାଏ। ସେଥିପାଇଁ ବାହାର ଖାଦ୍ୟ ଏବଂ ତେଲ ଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ପାଇଁ ଡାକ୍ତର ଉପଦେଶ ଦେଇଥାଆନ୍ତି। ଆପଣଙ୍କୁ ଜଣାଥିବ କି ନାହିଁ, ଦହି ଆପଣଙ୍କ ହଜମ ଶକ୍ତିକୁ ମଜଭୁତ୍ କରିଥାଏ। ଏଥିପାଇଁ ବର୍ଷା ଦିନେ ଆପଣ ଏହାକୁ ଖାଇପାରିବେ। କିନ୍ତୁ ବାସି ଏବଂ ଖଟା ଦହିଠାରୁ ଦୂରେଇ ରୁହନ୍ତୁ।
୨. ବର୍ଷା ଦିନେ ମାନଙ୍କରେ ରାତିରେ ଦହି ନ ଖାଇ ଦିନରେ ଖାଆନ୍ତୁ। ଡାଇରିଆ ଏବଂ ଫୁଡ୍ ପଏଜନ୍ ହୋଇଥିବା ରୋଗୀଙ୍କ ପାଇଁ ଦହି ଖାଇବା ଲାଭଦାୟକ ହୋଇଥାଏ। ଦହିରେ ଥିବା ପ୍ରୋବାୟୋଟିକ୍ ଆପଣଙ୍କ ଇନ୍ଟେଷ୍ଟାଇନ୍ ପାଇଁ ମଧ୍ୟ ଲାଭଦାୟକ।
from OdishaReporter https://ift.tt/2OHBeU6

No comments:
Post a Comment