ମାତ୍ର ୫୦୦ ଟଙ୍କା ପାଇଁ ବନ୍ଧୁଙ୍କୁ ହତ୍ୟା, ଜାଣନ୍ତୁ, କେଉଁଠି ଓ କିପରି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ମାତ୍ର ୫୦୦ ଟଙ୍କା ପାଇଁ ବନ୍ଧୁଙ୍କୁ ହତ୍ୟା, ଜାଣନ୍ତୁ, କେଉଁଠି ଓ କିପରି ?

murder

ନୂଆଦିଲ୍ଲୀ: ମାତ୍ର ୫୦୦ ଟଙ୍କା ପାଇଁ ଛାତିରେ ବାରମ୍ବାର ଛୁରି ମାରି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମୃତ ଯୁବକଙ୍କ ବନ୍ଧୁ ଓ ତା’ର ଦୁଇ ସହଯୋଗୀ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି। ଏଭଳି ଜଘନ୍ୟ କାଣ୍ଡ ରାଜଧାନୀ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ମଙ୍ଗଳବାର ରାତିରେ ହିଁ ଘଟିଛି। ପୁଲିସ୍ ଏହି ମାମଲାରେ ଅଭିଯୁକ୍ତ ବନ୍ଧୁ ଓ ତାର ଜଣେ ସହଯୋଗୀକୁ ଗିରଫ କରିଥିବାବେଳେ ଅନ୍ୟଜଣେ ନାବାଳକ ଅଭିଯୁକ୍ତକୁ ଅଟକ ରଖିଛି।

ସମ୍ପୂର୍ଣ୍ଣ ଘଟଣା ଏହିପରି। କଲ୍ୟାଣପୁରୀ ଅଞ୍ଚଳର ୨୪ ବର୍ଷର ଯୁବକ ଶାହାରୁଖ୍‌, ତାଙ୍କ ବନ୍ଧୁ ମୁକେଶ(୩୦)ର ପତ୍ନୀଙ୍କୁ ଏକ ମାସ ତଳେ ୫ଶହ ଟଙ୍କା ଧାର୍‌ ସୂତ୍ରରେ ଦେଇଥିଲେ। ଏହି ଟଙ୍କା ମାଗିବାକୁ ଶାହାରୁଖ ମଙ୍ଗଳବାର ସନ୍ଧ୍ୟାରେ ମୁକେଶ୍‌ର ଘରକୁ ଯାଇଥିଲେ। ତେବେ ସେତେବଳେ ମୁକେଶ୍ ଘରେ ନଥିଲା। ରାତିରେ ଘରକୁ ଫେରିବା ପରେ ପତ୍ନୀଙ୍କ ଠାରୁ ଶାହାରୁଖ୍‌ ଟଙ୍କା ମାଗିବାକୁ ଆସିଥିବା ଜାଣିବା ପରେ ଖୁବ୍ ରାଗି ଯାଇଥିଲା। ନିଜର ସହଯୋଗୀ ଖଲିଦ୍ (୨୦) ଓ ଅନ୍ୟଜଣେ ନାବାଳକ ସହ ମିଶି ମୁକେଶ୍ ଶାହାରୁଖ୍‌କୁ ଖୋଜିବା ପାଇଁ ଘରୁ ବାହାରି ଯାଇଥିଲା।

ପୁଲିସ୍ ସୂଚନା ଅନୁଯାୟୀ, ମୁକେଶ୍ ଏତେ ରାଗି ଯାଇଥିଲା ଯେ ଶାହାରୁଖ୍‌ଙ୍କୁ ପାଇବା ମାତ୍ରେ ଛୁରିରେ ଆକ୍ରମଣ କରିଥିଲା। ମୁକେଶ୍ ଓ ତା’ର ୨ ସହଯୋଗୀ ମିଶି ମୁକେଶ୍‌ର ଛାତିରେ ୧୨ ଥର ଛୁରି ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଶାହାରୁଖ୍‌ଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ୍‌ର କହିବା ଅନୁସାରେ, ଗଣ୍ଡଗୋଳ ଓ  ଡକାୟତି ମାମଲାରେ ମୁକେଶ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା।



from Odisha Reporter https://ift.tt/2OVueCb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages