
କଣ୍ଟାବାଞ୍ଜି (ସୁରଦାସ ବାଗ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ କୁଲିଆଦରୋ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଭଗତ ସଗରିଆ।
ଭଗତ ପ୍ରାୟ ୧୦ ଏକର ଜମିରେ କପା ଚାଷ କରିଥିଲେ। ଏଥିପାଇଁ ସେ କିଛି ଲୋକଙ୍କଠାରୁ ହାତ ଉଧାରି କରିଥିଲେ। ତେବେ ଚାଷ ଭଲ ହୋଇ ନଥିବାରୁ ଋଣ ପରିଶୋଧ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ।
ଆଜି ସକାଳେ ସେ ଶୌଚ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ସେ କୀଟନାଶକ ପିଇ ଦେଇଥିଲେ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଭଗତଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2NbPvHp
No comments:
Post a Comment