ରାଜଧାନୀରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ, ସ୍କୁଲରେ ବସିବସି ଘରକୁ ଯାଉଛନ୍ତି ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ରାଜଧାନୀରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ, ସ୍କୁଲରେ ବସିବସି ଘରକୁ ଯାଉଛନ୍ତି ପିଲା

ବଲାଙ୍ଗିର(ସସ୍ମିତା ସାହୁ): ସରକାର ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ବିଭିନ୍ନ ପ୍ରକାର ସୁବିଧା କରୁଛନ୍ତି। କିନ୍ତୁ ଏହା ଫଳପ୍ରଦ ହେଉନାହିଁ। ପିଲାମାନେ ଶିକ୍ଷା ବ୍ୟବସ୍ଥାର ଲାଭ ଉଠାଇ ପାରୁ ନାହାନ୍ତି। ଭିତ୍ତିଭୂମିର ଅଭାବ ଯୋଗୁ ସବୁ ବ୍ୟବସ୍ଥା ତୃଣମୂଳ ସ୍ତରରେ ଫସରଫାଟି ଯାଉଛି।

କେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି, ତ କେଉଁଠି ସ୍କୁଲରେ ଶିକ୍ଷକମାନେ ଆନ୍ଦୋଳନ ପାଇଁ ରାଜଧାନୀରେ ଧାରଣା ଦେଉଛନ୍ତି। ଫଳରେ ପିଲାମାନଙ୍କ ପାଠ ପଢ଼ା ଚୁଲିକୁ ଗଲାଣି।

ଏପରି ସମାନ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଖୁଜେନପାଲି ଭଗବାନ ବିଦ୍ୟାମନ୍ଦିର ଉଚ୍ଚ ବିଦ୍ୟାଳୟରେ।

ଏହି ସ୍କୁଲକୁ ପ୍ରତିଦିନ ପିଲା ପାଠ ପଢ଼ିବାକୁ ଆସୁଛନ୍ତି, ହେଲେ ବସି ବସି ଘରକୁ ଯାଉଛନ୍ତି। ସ୍କୁଲରେ ଦୁଇଜଣ ଶିକ୍ଷକ ଥିବାରୁ ଠିକ୍‌ରେ ପିଲାମାନଙ୍କ କ୍ଲାସ୍‌ ହୋଇପାରୁ ନାହିଁ।

ସ୍କୁଲର ପି.ଇ.ଟି ଶିକ୍ଷକଙ୍କୁ ମିଶାଇ ମୋଟ ୭ ଜଣ ଶିକ୍ଷକ ଅଛନ୍ତି। ହେଲେ ୪ ଜଣ ଶିକ୍ଷକ ଆନ୍ଦୋଳନ ପାଇଁ ଭୁବନେଶ୍ୱର ଯାଇଥିବାରୁ ପାଞ୍ଚଦିନ ହେଲା ପ୍ରଧାନ ଶିକ୍ଷକ ଏବଂ ଜଣେ ସହକାରୀ ଶିକ୍ଷକଙ୍କ ଭରସାରେ ଚାଲିଛି ସ୍କୁଲ। ଦୁଇଜଣ ଶିକ୍ଷକ ଦୁଇଟି ଶ୍ରେଣୀର ୭ଟି ପିରିଅଡ୍ ପାଠ ପଢ଼ାଇବା ସମ୍ଭବ ହେଉନାହିଁ।

ଆଗକୁ ମାଟ୍ରିକ୍ ପରୀକ୍ଷା ଥିବାରୁ ବାରମ୍ବାର ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଫଳରେ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

 



from Odisha Reporter https://ift.tt/2LmOeM1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages