ସାଇରା ବାନୁଙ୍କର ଆଜି ଜନ୍ମ ଦିନ; ଜାଣନ୍ତୁ, ନିଜଠାରୁ ୨୨ ବର୍ଷ ବଡ଼ ଅଭିନେତାଙ୍କୁ କିପରି କରିଥିଲେ ପ୍ରେମ ବିବାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ସାଇରା ବାନୁଙ୍କର ଆଜି ଜନ୍ମ ଦିନ; ଜାଣନ୍ତୁ, ନିଜଠାରୁ ୨୨ ବର୍ଷ ବଡ଼ ଅଭିନେତାଙ୍କୁ କିପରି କରିଥିଲେ ପ୍ରେମ ବିବାହ

:ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଗତ ଦିନର ଚୁଲ୍‌ବୁଲି ଅଭିନେତ୍ରୀ ସାଇରା ବାନୁଙ୍କୁ ଆଜି ୭୪ ବର୍ଷ ପୂରିଛି। ଏହି ଲୋକପ୍ରିୟ ବିୟୁଟି କୁଇନ୍‌ ୧୯୪୪ ମସିହା ଅଗଷ୍ଟ୍‌ ୨୩ରେ ଉତ୍ତରାଖଣ୍ଡର ମସୌରୀରେ ଜନ୍ମ ହୋଇଥିଲେ।

ମାତ୍ର ୧୬ ବର୍ଷ ବୟସରେ ସାଇରା ବାନୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଅଭିନୟ ସାଙ୍ଗକୁ କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ୍‌ କୁମାର୍‌ଙ୍କ ସହ ନିଜ ପ୍ରେମ କାହାଣୀକୁ ନେଇ ସାଇରା ଏବେ ବି ଚର୍ଚ୍ଚାରେ ଅଛନ୍ତି।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପିଲାଟି ବେଳୁ ସାଇରା, ପ୍ରଥମ ଦେଖାରେ ହିଁ ଦିଲ୍ଲୀପ୍‌ କୁମାର୍‌ଙ୍କ ପ୍ରେମରେ ପଡ଼ିଥିଲେ। ୧୯୫୨ ମସିହାରେ ରିଲିଜ୍‌ ହୋଇଥିବା ଦିଲ୍ଲୀପ୍‌ଙ୍କ ଚଳଚ୍ଚିତ୍ର ‘ଦାଗ୍‌’ ୧୯୫୬ ମସିହା ବେଳକୁ ଦେଖିବାକୁ ସୁଯୋଗ ପାଇଥିଲେ। ଏହି ଫିଲ୍ମ୍‌ ଦେଖିବା ପରେ ତାଙ୍କୁ ପ୍ରେମ କରି ବସିଥିଲେ ସାଇରା। ଆଉ ସେବେଠାରୁ ନିଷ୍ପତ୍ତି ନେଇଥିଲେ ଯେ ସେ କେବଶ ଦିଲ୍ଲୀପ୍‌ କୁମାର୍‌ଙ୍କୁ ହିଁ ବିବାହ କରିବେ।

ଏକ ଇଣ୍ଟର୍‌ଭ୍ୟୁରେ ସାଇରା କହିଥିଲେ, “ଯେବେ ସେ ୧୨ ବର୍ଷ ବୟସର ହୋଇଥିଲେ, ସେବାଠରୁ ଦିଲ୍ଲୀପ୍‌ କୁମାରଙ୍କ ପ୍ରେମରେ ପଡ଼ିଥିଲେ। କିନ୍ତୁ ଦୁହିଁଙ୍କ ପ୍ରେମ କାହାଣୀରେ ବୟସର ବ୍ୟବଧାନ ଏକ ବଡ଼ ସମସ୍ୟା ସୃଷ୍ଟି କରିଥିଲା।”

ଦିଲ୍ଲୀପ୍‌ କୁମାର୍‌ଙ୍କୁ ବିବାହ କରିବା ସାଇରା ବାନୁଙ୍କ ପାଇଁ ଆଦୌ ସହଜ ନଥିଲା। କାରଣ ସେତେବେଳର ହ୍ୟାଣ୍ଡ୍‌ସମ୍‌ ଓ ରୋମାଣ୍ଟିକ୍‌ ହିରୋ ଦିଲ୍ଲୀପ୍‌ କୁମାର୍ ଥିଲେ ବି’ ଟାଉନ୍‌ର ଷ୍ଟାର୍ ନମ୍ବର୍ ୱାନ୍‌। ଆଉ ଦିଲ୍ଲୀପ୍‌ଙ୍କୁ ବିବାହ କରିବା ପାଇଁ ସାରା ଦେଶରେ ଝିଅଙ୍କ ଲାଇନ୍ ଲାଗିଥିଲା। ଆଉ ସାଇରା ବାନୁଙ୍କ ପାଇଁ ସମସ୍ୟା ହୋଇଥିଲା ଉଭୟଙ୍କ ବୟସରେ ବଡ଼ ବ୍ୟବଧାନ। କାରଣ ଦିଲ୍ଲୀପ୍‌ କୁମାର୍‌ ବୟସରେ ସାଇରାଙ୍କ ଠାରୁ ୨୨ ବର୍ଷ ବଡ଼ ଥିଲେ।

କୁହାଯାଏ, ବୟସର ଏହି ଦୀର୍ଘ ବ୍ୟବଧାନ ଯୋଗୁ ଦିଲ୍ଲୀପ୍‌ କୁମାର ସାଇରାଙ୍କ ସହ ସମ୍ପର୍କ ରଖିବାକୁ ପ୍ରଥମେ ମନା କରୁଥିଲେ। କିନ୍ତୁ ତାଙ୍କ ପ୍ରତି ସାଇରାଙ୍କର ଥିବା ଭଲ ପାଇବାକୁ ଦେଖି ଦିଲ୍ଲୀପ୍‌ କୁମାର୍‌ ବିବାହ ପାଇଁ ରାଜି ହୋଇଥିଲେ।
୧୯୬୬ ମସିହାରେ ସାଇରା ଦିଲ୍ଲୀପ୍‌ କୁମାର୍‌ଙ୍କୁ ବିବାହ କରିଥିଲେ। ସେତେବଳେ ସାଇରାଙ୍କୁ ୨୨ ବର୍ଷ ଏବଂ ଦିଲ୍ଲୀପ୍‌ କୁମାର୍‌ଙ୍କ ବୟସ ୪୪ ଥିଲା। ସେତେବେଳ ଏମାନଙ୍କ ବିବାହକୁ ନେଇ ବଲିଉଡ୍‌ରେ ବେଶ୍ ଚର୍ଚ୍ଚା ହୋଇଥିଲା।

ସାଇରା ଏବଂ ଦିଲ୍ଲୀପ୍‌ କୁମାରଙ୍କର କୌଣସି ସନ୍ତାନ ନାହିଁ। ସୂଚନା ଅନୁସାରେ, ୧୯୭୨ରେ ସାଇରା ଗର୍ଭବତୀ ହୋଇଥିଲେ। କିନ୍ତୁ ଉଚ୍ଚ ରକ୍ତଚାପ ଯୋଗୁ ଏହାର ୮ ମାସରେ ତାଙ୍କର ଗର୍ଭପାତ ହୋଇଯାଇଥିଲା। ଏହାପରେ ସେ ଗର୍ଭଧାରଣର କ୍ଷମତା ହରାଇଥିଲେ।
ଏବେ ଦିଲ୍ଲୀପ୍‌ କୁମାର୍‌ଙ୍କୁ ୯୬ ଏବଂ ସାଇରାଙ୍କୁ ୭୪ ବର୍ଷ। ପରିଣତ ବୟସରେ ବି ଏବେ ସବୁବେଳେ ସାଇରା ଦିଲ୍ଲୀପ୍‌ଙ୍କର ସମସ୍ତ ପ୍ରକାରର ଧ୍ୟାନ ରଖିଥା’ନ୍ତି। କେବଳ ବଲିଉଡ୍ ନୁହେଁ, ସମସ୍ତଙ୍କ ଏହି ଦୁହିଁଙ୍କ ପ୍ରେମ କାହାଣୀ ଏକ ଉଦାହରଣ ସୃଷ୍ଟି କରିଛି।



from Odisha Reporter https://ift.tt/2PxaWEc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages