ଜାଣନ୍ତୁ, ଶରୀରକୁ କିପରି ସୁସ୍ଥ ଓ ରୋଗମୁକ୍ତ ରଖେ ‘ମଡ୍‌ ଥେରାପି’ବା ‘ମାଟି ଚିକିତ୍ସା’? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଜାଣନ୍ତୁ, ଶରୀରକୁ କିପରି ସୁସ୍ଥ ଓ ରୋଗମୁକ୍ତ ରଖେ ‘ମଡ୍‌ ଥେରାପି’ବା ‘ମାଟି ଚିକିତ୍ସା’?

mudbath

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଚୀନ କାଳରେ ମାଟିର ପ୍ରୟୋଗ କରି ହିଁ ଶରରୀର ଅନେକ ରୋଗ ସମସ୍ୟା ଦୂର କରାଯାଉଥିଲା। ବୈଜ୍ଞାନିକମାନେ ମଧ୍ୟ ଗବେଷଣାରୁ ଏହା ପ୍ରମାଣ ପାଇଛନ୍ତି ଯେ ‘ମାଟି ଚିକିତ୍ସା’ ଶରୀରକୁ ସତେଜ ରଖିବା ସହ ଏହାକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ।

‘ମଡ୍‌ ଥେରାପି’ ବା ‘ମାଟି ଚିକିତ୍ସା’ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପଦ୍ଧତି, ଯାହାଦ୍ୱାରା ବିଭିନ୍ନ ପ୍ରକାରର ଚର୍ମ ରୋଗ ସହିତ ସୌନ୍ଦର୍ଯ୍ୟଜନିତ ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ, ଏହାର ପ୍ରୟୋଗ କରି ଶରୀରକୁ ବହୁ ସମସ୍ୟା ଓ ରୋଗରୁ ମଧ୍ୟ ସୁରକ୍ଷା ଦିଆଯାଇପାରିବ

ଏବେ ଆସନ୍ତୁ ଜାଣିବା, ଏହି ‘ମଡ୍‌ ଥେରାପି’ ଶରୀରକୁ କିପରି ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

9999ବ୍ରଣ ସମସ୍ୟା ଦୂର କରେ: ମୁଲ୍‌ତାନି ମାଟିକୁ ଭଲ ଭାବରେ ଗୁଣ୍ଡ କରି ତା’ର ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ମୁହଁରେ ପେଷ୍ଟ୍‌ ଶୁଖିଲା ଯାଏ ରଖନ୍ତୁ। ପରେ ମୁହଁକୁ ଧୋଇ ଦିଅନ୍ତୁ। ମୁହଁରେ ମୁଲ୍‌ତାନି ମାଟି ଲଗାଇବାଦ୍ୱାରାବ୍ରଣ ସମସ୍ୟା ଦୂର ହେବା ସହିତ ମୁହଁ ଉଜ୍ଜ୍ୱଳ ମଧ୍ୟ ଦେଖାଯିବ।

80ଖାଦ୍ୟ ହଜମ କରେ: ପେଟରେ ମଡ୍‌ ବା ମାଟିର ପ୍ୟାକ୍‌ ଲଗାଇଲେ, ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ। ଏହା ପାକସ୍ଥଳୀକୁ ଥଣ୍ଡା ରଖିବା ସହିତ ଏଥିରେ ହେଉଥିବା ପେରିଷ୍ଟସିସ୍‌ ପ୍ରକ୍ରିୟାକୁ ସହଜ କରିଥାଏ। ଏହାବ୍ୟତୀତ ପେଟରେ ହେଉଥିବା ଗ୍ୟାସ୍‌ ସମସ୍ୟା ଏବଂ ଯନ୍ତ୍ରଣାରୁ ମଧ୍ୟ ମଡ୍‌ ପ୍ୟାକ୍‌ ଲଗାଇବା ଦ୍ୱାରା ମୁକ୍ତି ମିଳିଥାଏ। କୋଷ୍ଠକାଠିନ୍ୟ ଦୂର କରେ।

ବାନ୍ତି ଓ ଡାଇରିଆରୁ ଆରୋଗ୍ୟ ମିଳେ: ଡାଇରିଆରେ ଆକ୍ରାନ୍ତ ହେଲେ, ମଡ୍‌ ପ୍ୟାକ୍‌ କାମରେ ଆସିଥାଏ। ପେଟରେ ମଡ୍‌ ବା ମାଟିର ପ୍ୟାକ୍‌ ଲଗାଇଲେ,ଡାଇରିଆ ନିୟନ୍ତ୍ରଣକୁ ଆସେ। ସେହିଭଳି ବାନ୍ତି ସମସ୍ୟା ଥିଲେ, ଛାତିରେ ମଡ୍‌ ପ୍ୟାକ୍‌ ଲଗାଇଲେବାନ୍ତି ବନ୍ଦ ହୋଇଯାଏ।

19ଶୁଷ୍କ ସ୍କିନ୍‌କୁ ସତେଜ ରଖେ: ଆପଣଙ୍କ ଚର୍ମ ଶୁଷ୍କ ଦିଶୁଥିଲେ ଏବଂ ମାଂସପେଶୀରେ ଯନ୍ତ୍ରଣା ହେଉଥିଲେ. ତେବେ ‘ମଡ୍‌ ଥେରାପି’ ବା ‘ମାଟି ଚିକିତ୍ସା’ ଆପଣାନ୍ତୁ। ଏହାଆପଣଙ୍କ ସୌନ୍ଦର୍ଯ୍ୟକୁ ବଢ଼ାଇବା ସହିତ ବୟସର ପ୍ରଭାବ ଶରୀର ଉପରେ ପଡ଼ିବାକୁ ଦିଏନାହିଁ। ଏଥିପାଇଁ ଶରୀରର ବିଭିନ୍ନ ଅଙ୍ଗରେ ମଡ୍‌ ପ୍ୟାକ୍‌ ଲଗାଯାଇଥାଏ।

ଆଖିକୁ ସୁସ୍ଥ ରଖେ: ଆଖିରେ ମଡ୍‌ ପ୍ୟାକ୍‌ ଲଗାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା ଦୂର ହେବା ସହିତ ଆଖିକୁ ଆରାମ ମିଳିଥାଏ। ଏହା ସହିତ ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ତ୍ୱଚାକୁ ସୁରକ୍ଷା ଦିଏ: ଏଗ୍‌ଜିମା ପରି ତ୍ୱଚା ସମସ୍ୟାରୁ ସୁରକ୍ଷା ଦିଏ ‘ମଡ୍‌ ଥେରାପି’।ଏଥିପାଇଁ ମଡ୍‌ ପ୍ୟାକ୍‌ ବ୍ୟବହାର କରାଯାଏ। ମାଟି ଥଣ୍ଡା ଏବଂ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ୍‌ ଥିବାରୁ, ଏହା ପ୍ରାକୃତିକ ଉପାୟରେ ତ୍ୱଚାକୁ ସୁସ୍ଥ ରଖିଥାଏ। ସାବୁନ୍‌ ବଦଳରେ ଆପଣ ମଡ୍‌ ପ୍ୟାକ୍‌ର ବ୍ୟବହାର କରିପାରିବେ।

mud1ମୁଣ୍ଡ ବିନ୍ଧା ଏବଂ ଚିନ୍ତା ଦୂର କରେ: ମଡ୍‌ ଥେରାପି ମୁଣ୍ଡ ବିନ୍ଧା ପାଇଁ ଖୁବ୍ ଉପକାରୀ। ବିଶେଷକରି ଗରମ ଦିନେ ଏହାକୁ ମଥା ଏବଂ ମୁଣ୍ଡରେ ଲଗାଇଲେ, ମୁଣ୍ଡ ଥଣ୍ଡା ହେବା ସହିତ ଚିନ୍ତା ଦୂର ହୋଇଥାଏ।

ଜ୍ୱର ଏବଂ ଘା’ ଭଲ କରେ: ଜ୍ୱରରୁ ଶରୀରକୁ ସୁସ୍ଥ ରଖିବା ପାଇଁମଡ୍‌ ପ୍ୟାକ୍‌କୁ ମଥା ଓ ପେଟରେ ଲଗାନ୍ତୁ। ମଡ୍‌ ବା ମାଟିରେ ଆଣ୍ଟି-ଇମ୍‌ଫ୍ଲାମେଟରୀ ଗୁଣ ରହିଛି। ଏଥିପାଇଁ ଘା’ ଏବଂ ଶରୀରରେ ଥିବା କ୍ଷତକୁ ମଧ୍ୟ ଭଲ କରିବାରେ ଏହା ସାହାଯ୍ୟ କରିଥାଏ।



from Odisha Reporter https://ift.tt/2Lx5j5I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages