ଅଗ୍ନି ନୁହେଁ, ପାଣିକୁ ସାକ୍ଷୀ ରଖି ଏଠି ବାହା ହୁଅନ୍ତି ସମ୍ପର୍କୀୟ ଭାଇ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଅଗ୍ନି ନୁହେଁ, ପାଣିକୁ ସାକ୍ଷୀ ରଖି ଏଠି ବାହା ହୁଅନ୍ତି ସମ୍ପର୍କୀୟ ଭାଇ ଭଉଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଖାସ୍‌ କରି କିଛି ଆଦିବାସୀ ସମ୍ପ୍ରଦାୟରେ ବିବାହର ପରମ୍ପରା ବଡ଼ ବିଚିତ୍ର। କେଉଁଠି “ଧାଙ୍ଗିଡି ବେଣ୍ଟରୁ” ଅର୍ଥାତ୍ ମନ ମିଶିଲେ ବାହାଘର ହୁଏ, ତ ପୁଣି କେଉଁଠି ମନକୁ ପାଇଥିବା ଝିଅକୁ ଝିଙ୍କି ଆଣିଲେ(ଝିଙ୍କା ବିବାହ) ସେ ପାଲଟିଯାଏ ଜୀବନସାଥୀ।

ନିକଟ ସମ୍ପର୍କୀୟ ଭାଇକୁ ଭଉଣୀ ବାହାହେବା ପ୍ରଥା ଦେଶର କେତେକ ଅଞ୍ଚଳରେ ପ୍ରଚଳିତ ଥିବା କଥା ଆପଣ ଜାଣନ୍ତି। ହେଲେ, ଆପଣ କେବେ ଶୁଣିଛନ୍ତି କି, ପାଣିକୁ ସାକ୍ଷୀ ରଖି ସମ୍ପର୍କୀୟ ଭାଇ ଭଉଣୀଙ୍କ ବିବାହ ପରମ୍ପରା କଥା?

ଛତିଶଗଡ଼ର କାଙ୍ଗେର ଘାଟିରେ ରହୁଥିବା ‘ଧୁରବା’ ସମ୍ପ୍ରଦାୟର ଲୋକଙ୍କ କଥା କହୁଛୁ। ଯେଉଁଠି ବିବାହର ପରମ୍ପରା ଅତି ବିଚିତ୍ର। ଝିଅ ହେଉକି ପୁଅ, ସମ୍ପର୍କୀୟ ଭାଇ ବା ଭଉଣୀକୁ ହିଁ ସେ ବିବାହ କରିବାକୁ ବାଧ୍ୟ। ଏମିତି କରିବାକୁ ଅମଙ୍ଗ ହେଲେ ଜରିମନା ଦେବାକୁ ପଡେ।

ନିଜ ସମ୍ପ୍ରଦାୟ ବ୍ୟତୀତ ବା ସମ୍ପର୍କୀୟ ହୋଇ ନ ଥିବା ଅନ୍ୟ କୌଣସି ଯୁବତୀର ହାତ ଧରିବା ଏଠି ଅପରାଧ।

ଖାଲି ସେତିକି ନୁହେଁ ଏଠି ବାହାଘର ବେଳେ ହୋମଯଜ୍ଞ ହୁଏନି କି ନିଆଁ ଜଳେନି। କାରଣ ନିଆଁ ଭଳି ସଂସାର ଜଳିଯିବାର ଭୟ ଏହି ସମ୍ପ୍ରଦାୟର ଲୋକଙ୍କ ଭିତରେ ରହିଛି। ତେଣୁ ଏଠି ବାହାଘର ହେଲେ ଜଳକୁ ସାକ୍ଷୀ ରଖାଯାଏ।

ଏଠାକାର ଲୋକ ବିଶ୍ୱାସ କୁହେ, ପାଣିକୁ ସାକ୍ଷୀ ରହି ବିବାହ କଲେ ଜୀବନ ସୁଖମୟ ହୁଏ। ଆଉ ଯଦି କେବେ ବିପଦ ଆସେ ତା ହେଲେ ପାଣିର ଗାର ଭଳି ସେ ବି ଆପଣାଛାଏଁ ଲିଭିଯାଏ।



from Odisha Reporter https://ift.tt/2BPDPbZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages