
ବର୍ଲିନ୍: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଶକ୍ତିଶାଳୀ ବୋମା ଜର୍ମାନୀର ଲୁଡ୍ୱିଗ୍ଶାଫେନ୍ ସହରରୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ବୋମା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ସହରର ପ୍ରାୟ ୧୮,୫୦୦ ଜଣଙ୍କ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବୋମା ନିଷ୍କ୍ରିୟ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ନଷ୍ଟ କରିଦେଇଛନ୍ତି।
ଲୁଡ୍ୱିଗ୍ଶାଫେନ୍ ସହରରେ ଗୋଟିଏ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ମାଟି ତଳୁ ଏହି ବୋମାଟି ଠାବ ହୋଇଥିଲା। ଏହି ୫୦୦ କେଜି ଓଜନ ବିଶିଷ୍ଟ ବୋମାଟିକୁ ଆମେରିକା ହିଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆକାଶ ମାର୍ଗରୁ ନିକ୍ଷେପ କରିଥିଲା ବୋଲି କୁହାଯାଉଛି। ବୋମାଟି ମିଳିବା ପରେ ପ୍ରଶାସନ ପକ୍ଷରୁ ୧ ହଜାର ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଲୋକଙ୍କୁ ସକାଳ ୮ଟା ବେଳେ ଘର ଛାଡ଼ି ଚାଲିଯିବାକୁ କୁହାଯାଇ ଥିଲା।
ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପରେ ୧ ଘଣ୍ଟାରୁ ଅଧିକ ସମୟ ଧରି ସ୍ୱତନ୍ତ୍ର ବୋମା ନିଷ୍କ୍ରିୟକାରୀ ଟିମ୍ ପରିଶ୍ରମ କରି ବୋମାଟି ଅକାମୀ କରିଦେଇଥିଲେ।
ବୋମାଟି ନିଷ୍କ୍ରିୟ ହୋଇଯାଇଥିବାରୁ ଏବେ ଲୋକମାନେ ନିଜ ନିଜ ଘରକୁ ଫେରି ଆସନ୍ତୁ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ ବୋମାର ଏକ ଫଟୋ ଟ୍ୱିଟ୍ରରେ ପୋଷ୍ଟ କରାଯାଇଛି।
from Odisha Reporter https://ift.tt/2BPyBgv
No comments:
Post a Comment