ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା: ୨ ଜଣଙ୍କୁ ଆଜୀବନ, ୩ ଦୋଷମୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା: ୨ ଜଣଙ୍କୁ ଆଜୀବନ, ୩ ଦୋଷମୁକ୍ତ

ଅହମଦାବାଦ: ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୋଧ୍ରା ଟେନ୍‌ ପୋଡ଼ି ଘଟଣାରେ ଆଜି ସ୍ୱତନ୍ତ୍ର ଏସ୍‌ଆଇଟି କୋର୍ଟ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି।

୨୦୦୨ ମସିହା ଫେବୃଆରୀ ୨୭ରେ ସାବରମତୀ ଏକ୍ସପ୍ରେସ୍‌ରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବାରୁ ଏଥିରେ ୫୯ ଜଣ କରସେବକଙ୍କ ମୃତ୍ୟୁ ଘଟିଥିଲା।

ସ୍ୱତନ୍ତ୍ର ଏସ୍‌ଆଇଟି କୋର୍ଟର ବିଚାରପତି ଏଚ୍‌ସି ଭୋରା ଏହି ଲୋମହର୍ଷଣକାରୀ ଘଟଣାର ରାୟ ଶୁଣାଛନ୍ତି। ସେ ଅଭିଯୁକ୍ତ ଫାରୁକ୍‌ ବାହାନା ଓ ଇମ୍ରାନ୍‌ ଶେରୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜବୀନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଏହି ଘଟଣାର ଅନ୍ୟ ୩ ଅଭିଯୁକ୍ତ ହୁସେନ୍‌ ସୁଲେମାନ୍‌ ମୋହନ, କସମ୍‌ ବାହାମେଦି ଓ ଫାରୁକ୍‌ ଧନତିୟାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି।

ଏହି ୫ ଜଣଙ୍କୁ ୨୦୧୫-୧୬ରେ ଗିରଫ କରାଯାଇଥିଲା। ଏହାର ଶୁଣାଣି ପାଇଁ ସାବରମତୀ ସେଣ୍ଟ୍ରାଲ୍‌ ଜେଲ୍‌ରେ ଏକ ସ୍ୱତନ୍ତ୍ର କୋର୍ଟ ବସିଥିଲା।

ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୮ ଜଣ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି।

୨୦୧୧ ମସିହା ମାର୍ଚ୍ଚ ୧ରେ ଏସ୍‌ଆଇଟି କୋର୍ଟ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ମଧ୍ୟରୁ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ଅନ୍ୟ ୨୦ ଜଣ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ଗୁଜରାଟ୍‌ ହାଇକୋର୍ଟ ୧୧ ଜଣଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ ଜେଲ୍‌ଦଣ୍ଡରେ ପରିବର୍ତ୍ତନ କରିଥିଲେ।



from Odisha Reporter https://ift.tt/2NnkT5V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages