
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟ୍ ଫୋନ୍ ଧରିବା ଏକ ଟ୍ରେଣ୍ଡ୍ରେ ପରିଣତ ହୋଇଛି। କେହି କେହି ସ୍ମାର୍ଟ୍ ଫୋନ୍ ନଥିବା ଲୋକଙ୍କୁ ବ୍ୟାକ୍ୱାର୍ଡ୍ ବୋଲି କହିଥା’ନ୍ତି। ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ମଧ୍ୟ ସ୍ମାର୍ଟ୍ ଫୋନ୍ର ମାୟାରେ ବାୟା। କାରଣ ଏହି ସ୍ମାର୍ଟ୍ ଫୋନ୍ର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି, ଏଥିରେ ଥିବା ଭିଡିଓ ଗେମ୍। ଏହି ଭିଡିଓ ଗେମ୍ର ନିଶା ଥରେ କାହାକୁ ଲାଗିଗଲେ ଛାଡ଼ିବା କଷ୍ଟକର। ଛୋଟ ପିଲାଙ୍କୁ ବାପାମା’ ପାଟି କରି ଭିଡିଓ ଗେମ୍ ଖେଳିବା ବନ୍ଦ କରିପାରିବେ। ମାତ୍ର ବୟସ୍କମାନଙ୍କୁ ବୁଝାଇ ଏଥିରୁ ନିବୃତ୍ତ ରଖିବା, କଷ୍ଟକର ବ୍ୟାପାର।

ତାଇୱାନ୍ର ରାଜଧାନୀ ତାଇପେରେ ରହୁଥିବା ଚେନ୍ ସାନ୍ ୟୁଆନ୍ ଯେବେ ବି ଘରୁ ବାହାରନ୍ତି, ନିଜ ପାଖରେ ଗୋଟିଏ କିମ୍ୱା ଦୁଇଟି ନୁହେଁ, ୧୧ଟି ସ୍ମାର୍ଟ୍ ଫୋନ୍ ରଖିଥା’ନ୍ତି। କଥାଟା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ।
ଏହି ୧୧ଟି ସ୍ମାର୍ଟ୍ ଫୋନ୍କୁ ସେ ସାଇକେଲ୍ରେ ରଖିବା ପାଇଁ ସେ ଏକ ଷ୍ଟାଣ୍ଡ୍ ଲଗାଇଛନ୍ତି। ସାଇକେଲ୍ର ଏହି ଷ୍ଟାଣ୍ଡ୍ରେ ଚାର୍ଜର୍ କନେକ୍ଟ୍ ହୋଇ ରହିଛି।

ୟୁଆନ୍ଙ୍କ କହିବା ଅନୁସାରେ, ତାଙ୍କୁ ଏହି ଭିଡିଓ ଗେମ୍ ୨ ବର୍ଷ ପୂର୍ବେ ତାଙ୍କ ନାତି ଶିଖାଇଥିଲା। ନିଜ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ସେ ଏହି ଗେମ୍ ଖେଳନ୍ତି। ଏହାକୁ ଖେଳିଲେ, ‘ଅଲ୍ଜାଇମର୍’ ପରି ଭୁଲିବା ରୋଗର ଶିକାର ହେବେ ନାହିଁ ବୋଲି ସେ କୁହନ୍ତି।

from OdishaReporter https://ift.tt/2Oqdy5G
No comments:
Post a Comment