
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମନିଷା କୋଇରାଲା ପ୍ରଥମ ଥର ପାଇଁ ‘ଦ ବୁକ୍ ଅଫ୍ ଅନଟୋଲ୍ଡ୍ ଷ୍ଟୋରିଜ୍’ ନାଁରେ ଏକ ବହି ଲେଖିଛନ୍ତି।ଏହି ବହିର କଭର୍ ପେଜ୍ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେ ଛାଡ଼ିଛନ୍ତି। ଏହି ଫଟୋ ସହ ସେ ପବ୍ଲିଶର୍ଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ଏହି ବହିରେ ମନିଷା ନିଜ ଜୀବନର ବିଷାଦ ମୂହୁର୍ତ୍ତ ବିଷୟରେ ଫ୍ୟାନ୍ମାନଙ୍କୁ ଜଣାଇବାକୁ ଯାଉଛନ୍ତି। ଗତ କିଛି ବର୍ଷ ତଳେ କ୍ୟାନ୍ସର୍ରେ ପୀଡିତ ଥିବା ମନିଷା ଚିକିତ୍ସା ସମୟର କିଛି ସ୍ମୃତି ଏହି ବହି ମାଧ୍ୟମରେ ସେୟାର କରିଛନ୍ତି।
ମନିଷା କହିଛନ୍ତି. ‘ଏହି ବହିଟି ଲେଖିବା ପାଇଁ ପ୍ରୋତ୍ସାହନ ଦେଇଥିବାରୁ ‘ପେଙ୍ଗୁଇନ୍ ଇଣ୍ଡିଆ’ ଓ ଗୁର୍ବିନ୍ ଚଢାଙ୍କୁ ଧନ୍ୟବାଦ। ଅନ୍ଟୋଲ୍ଡ୍ ଷ୍ଟୋରିଜ୍ ମୋର ପ୍ରଥମ ପୁସ୍ତକ।ମୋର ବିଶ୍ୱାସ, ଲୋକମାନେ ଏହାକୁ ପସନ୍ଦ କରିବେ’।
ସୂଚନାଯୋଗ୍ୟ, ୨୦୧୨ରେ ମନିଷାଙ୍କୁ କ୍ୟାନସର୍ ହୋଇଥିଲା। ତେବେ ଏଥିରଉ ଆରୋଗ୍ୟ ଲାଭ କରିଥିବା ମନିଷାଙ୍କୁ ନିକଟରେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ‘ସଞ୍ଜୁ’ରେଦେଖିବାକୁ ମିଳିଥିଲା। ଏଥିରେ ସେ ସଞ୍ଜୟ ଦତ୍ତଙ୍କ ମା’ନର୍ଗିସ୍ଙ୍କ ଭୂମିକାରେ ସେ ଅଭିନୟ କରିଥିଲେ।
from OdishaReporter https://ift.tt/2vxA85m
No comments:
Post a Comment