
ଲକ୍ଷ୍ନୌ: ଉତ୍ତରପ୍ରବେଶର ଆହ୍ଲାବାଦ୍ ଜିଲ୍ଲାରେ ଥିବା ମୋତିଲାଲ୍ ନେହରୁ ମେଡିକାଲ୍ କଲେଜ୍ରେ ଏମ୍ବିବିଏସ୍ର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସିନିୟରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି।
ସିନିୟରମାନଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମ ବର୍ଷର ଛାତ୍ରମାନେ କଲେଜ୍ର ପ୍ରଥମ ଦିନରେ ଲଣ୍ଡା ହୋଇ ମୁଣ୍ଡ ତଳକୁ କରି ଧାଡ଼ିରେ ଆସିଥିଲେ। ସେହିପରି ଛାତ୍ରୀମାନେ ମୁଣ୍ଡରେ ତେଲ ଲଗାଇ ବେଣି କରି ଆସିଥିଲେ।
ଭୟରେ ହେଉ କି ଅନ୍ୟ କିଛି କାରଣ ପାଇଁ ହେଉ ପ୍ରଥମ ବର୍ଷର କୌଣସି ଛାତ୍ରଛାତ୍ରୀ ଏନେଇ ମୁହଁ ଖୋଲୁ ନଥିଲେ ବି ଏହାର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଗୁରୁବାର ଦିନ ଏ ସମ୍ପର୍କିତ ଫଟୋ ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା କ୍ଷଣି ତାହା ଭାଇରାଲ୍ ହୋଇଯାଇଥିଲା।
ରାଗିଂର ଶିକାର ହୋଇଥିବା ଛାତ୍ରଛାତ୍ରୀ ଏନେଇ କୌଣସି ଅଭିଯୋଗ କରି ନାହାନ୍ତି। କେବଳ ଭାଇରାଲ୍ ଫଟୋକୁ ଆଧାର କରି କଲେଜ୍ର ଡିଏମ୍ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆହ୍ଲାବାଦ୍ ଜିଲ୍ଲାପାଳ ସୁହାସ ଏଲ୍ୱାଇ ଏକ କମିଟି ଗଠନ କରି ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/2MD0nBG
No comments:
Post a Comment