୬ ପୁଲିସ୍‌ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଉଠାଇ ନେଲେ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

୬ ପୁଲିସ୍‌ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଉଠାଇ ନେଲେ ଆତଙ୍କବାଦୀ

jammu

ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ୬ ଜଣ ପୁଲିସ୍‌ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି।
ଆତଙ୍କବାଦୀମାନେ ଗୁରୁବାର ସନ୍ଧ୍ୟାରେ ଏହି ପୁଲିସ୍‌ କର୍ମଚାରୀଙ୍କ ଘରେ ପଶି ସେମାନଙ୍କ ପରିବାର ଲୋକଙ୍କୁ ଉଠାଇ ନେଇଛନ୍ତି। ଏହାକୁ ନେଇ ରାଜ୍ୟରେ ଭୟର ବାତାବରଣ ଖେଳି ଯାଇଛି।
ଶ୍ରୀନଗର, ଅନନ୍ତନାଗ, ପୁଲୱାମା, କୁଲଗାମ୍‌ ଓ ତ୍ରାଲ୍‌ ଅଞ୍ଚଳରେ ଏହି ଅପହରଣ ଘଟଣା ଘଟିଛି।
ଗତ ବୁଧବାର ତ୍ରାଲ୍‌ ଅଞ୍ଚଳରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ପୁଅକୁ ଆତଙ୍କବାଦୀମାନେ ଉଠାଇ ନେଇଥିଲେ। ପୁଅକୁ ଛାଡ଼ି ଦେବାକୁ ସେ ଆତଙ୍କବାଦୀଙ୍କୁ ଆକୁଳ ନିବେଦନ କରୁଥିବାର ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ୍ ହୋଇଛି।
ସେହିପରି ଅନ୍ୟ ଅପହୃତଙ୍କ ମଧ୍ୟରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ଭାଇ ଓ ଅନ୍ୟ ଜଣେ ପୁଅ ଥିବା ଜଣାପଡ଼ିଛି।
ସମସ୍ତ ଅପହୃତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବାକୁ ଉଦ୍ୟମ ଜାରି ରହିଥିବା ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଗତ ୨୮ ବର୍ଷରେ ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ପୁଲିସ୍‌ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଟାର୍ଗେଟ୍‌ କରିଛନ୍ତି।
ଦକ୍ଷିଣ କାଶ୍ମୀର ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବା ସହ କିଛି ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଗିରଫ କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀମାନେ ଏପରି ଅପହରଣ କରିଥିବା କୁହାଯାଉଛି।
ଗତକାଲି ପାଲୱାମରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ଘରେ ପଶି ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେଇ ପଚରାଉଚରା କରିବା ସହ ଧମକ ଦେଇ ଛାଡ଼ି ଦେଇଥିଲେ।



from Odisha Reporter https://ift.tt/2wrhHje

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages