ତେଜୁଛି ପୁଲିସ୍-ଓକିଲ ବିବାଦ: ହୁତ୍ ହୁତ୍ ହୋଇ ଜଳିଲା ପିସିଆର୍‌ ଭ୍ୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ତେଜୁଛି ପୁଲିସ୍-ଓକିଲ ବିବାଦ: ହୁତ୍ ହୁତ୍ ହୋଇ ଜଳିଲା ପିସିଆର୍‌ ଭ୍ୟାନ

pcr-van-burning-in-cuttack

କଟକ (ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାପରେ ପୁଲିସ୍-ଓକିଲ ବିବାଦ ତେଜିବାରେ ଲାଗିଛି। ଆଜି RDC ଅଫିସ୍‌ ସାମ୍ନାରେ ଏକ ପିସିଆର୍‌ ଭ୍ୟାନକୁ ପୋଡ଼ି ଦିଆଯାଇଛି।

କଟକ ନୂଆବଜାର ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଆର ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଆଇନଜୀବୀମାନେ ଚାଉଳିଆଗଞ୍ଜ ଥାନା ଘେରାଉ କରିଥିଲେ।

ସେପଟେ ମାଡ଼ ଘଟଣା ପ୍ରତିବାଦରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଆସନ୍ତାକାଲି ଯାଏ କାର୍ଯ୍ୟରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି। ଏଥିରେ ରାଜ୍ୟର ସମସ୍ତ ବାର୍‌ ଆସୋସିଏସନ୍‌ ସାମିଲ୍‌ ହେବାକୁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିବେଦନ କରିଛି।

ଅନ୍ୟପକ୍ଷରେ ଆଇନ୍‌ଜୀବୀଙ୍କ ଏକ ପ୍ରତିନିଧି ଦଳ ଆଜି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛି। ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ଆସନ୍ତାକାଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।



from Odisha Reporter https://ift.tt/2LDHLMu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages