ଟ୍ୱିଟର୍‌ରେ #MeTooUrbanNaxal ଟ୍ରେଣ୍ଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଟ୍ୱିଟର୍‌ରେ #MeTooUrbanNaxal ଟ୍ରେଣ୍ଡ୍‌

ନୂଆଦିଲ୍ଲୀ: ନକ୍ସଲଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦେଶର ପ୍ରତିଷ୍ଠିତ ୧୦ ସାମାଜିକକର୍ମୀଙ୍କ ଘରେ ଚଢ଼ଉ ଏବଂ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯିବା ଘଟଣା ଏବେ ସୋଶାଲ୍‌ ମଡିଆରେ ଝଡ଼୍‌ ସୃଷ୍ଟି କରିଛି।

ଲୋକ ଏଭଳି ଗିରଫଦାରୀକୁ ନାପସନ୍ଦ କରିବା ସହ ଦେଶରେ ଲୋକଙ୍କ ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ ହେଉଛି ବୋଲି ମତ ଦେଇଛନ୍ତି। ଏଥିସହ ଟ୍ୱିଟର୍‌ରେ ‘ମି ଟୁ ଅର୍ବାନ୍‌’ (#MeTooUrbanNaxal) ନାମରେ ଏକ ପ୍ରଚାର ଆରମ୍ଭ ହୋଇଛି। କାରଣ, ଗିରଫ ସମାଜସେବୀଙ୍କୁ ପୁଲିସ୍‌ ଅର୍ବାନ୍‌ ନକ୍ସଲ ବୋଲି ନାମିତ କରିଥିବାରୁ ଲୋକମାନେ ନିଜକୁ ନିଜେ ଅର୍ବାନ ନକ୍ସଲ କହି ପ୍ରଚାର ଆରମ୍ଭ କରିଛନ୍ତି।

ବିଭିନ୍ନ ଓକିଲ, ଦଳିତ ନେତା ଓ ସାମାଜିକ କର୍ମୀ ଏହି ପ୍ରଚାରରେ ନିଜକୁ ସାମିଲ କରିଛନ୍ତି। ତେବେ ଫିଲ୍ମ ନିର୍ମାତା ଓ ଲେଖକ ବିବେକ ଅଗ୍ନିହୋତ୍ରୀଙ୍କ ଟ୍ୱିଟ୍‌ ପରେ ଅଧିକ ସଂଖ୍ୟକ ଲୋକ ଏହି ପ୍ରଚାରରେ ସାମିଲ ହୋଇଛନ୍ତି।

ଶ୍ରୀ ଅଗ୍ନିହୋତ୍ରୀ ଟ୍ୱିଟ୍‌ କରି କହିଛନ୍ତି ଯେ, “ଯେଉଁମାନେ ଅର୍ବାନ ନକ୍ସଲକୁ ସମର୍ଥନ କରୁଛନ୍ତି, ତାଙ୍କର ଏକ ଲିଷ୍ଟ କରିବାକୁ ଚାହୁଁଛି। ଦେଖନ୍ତୁ ଏହା କେଉଁଆଡ଼େ ଯାଉଛି। ଯଦି କେହି ଏହି ପ୍ରଚାରରେ ସାମିଲ ହେବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ମୋ ସହ ଯୋଗାଯୋଗ କରିପାରିବେ। କ’ଣ ଆପଣ ଏହାର ନେତୃତ୍ୱ ନେବାକୁ ଚାହୁଁଛନ୍ତି? ”

ଅଗ୍ନିହୋତ୍ରୀଙ୍କ ଏଭଳି ଟ୍ୱିଟ୍‌ ପରେ ଅନେକ ଲୋକ ତାଙ୍କୁ ସମର୍ଥନ କରିବା ସହ ନିଜକୁ ଅର୍ବାନ ନକ୍ସଲ ବୋଲି କହିଛନ୍ତି। ପ୍ରତୀକ୍‌ ସିହ୍ନା ନାମକ ଜଣେ ବ୍ୟକ୍ତି କହିଛନ୍ତି, ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଲଢ଼େଇ କରୁଥିବା ସଂଗଠନ ଓ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଏବଂ ନକ୍ସଲ ଭାବେ ଗ୍ରହଣ କରାଯାଉଛି।

ବର୍ତ୍ତମାନ ଫେସ୍‌ବୁକ୍‌ ଓ ଟ୍ୱିଟର୍‌ରେ ମି ଠୁ ଅର୍ବାନ ନକ୍ସଲ ହ୍ୟାସ୍‌ଟ୍ୟାଗ ବ୍ୟବହାର କରୁଛନ୍ତି। ଏଥିରେ ଆହୁରି ଅଧିକ ଲୋକ ସାମିଲ ହେବେ ବୋଲି ସେ କହିଛନ୍ତି।

ଧ୍ରୁବ୍‌ ରାଠେ ନାମକ ଆଉ ଜଣେ ଟ୍ୱିଟର୍‌ ୟୁଜର୍ କହିଛନ୍ତି, ଅର୍ବାନ ନକ୍ସଲ ହେଉଛି ଏକ ନୂଆ ଦେଶଦ୍ରୋହୀ ଶବ୍ଦ। ଏବେ ମନ୍ତ୍ରୀମାନେ ବିନା କାରଣରେ ଏବଂ ପ୍ରତିଟି ପ୍ରସଙ୍ଗରେ ଦେଶଦ୍ରୋହ ଶବ୍ଦ ବ୍ୟବହାର କରୁଛନ୍ତି। ତେଣୁ ଦେଶଦ୍ରୋହୀ ଶବ୍ଦଟି ଏବେ ଦେଶର ସବୁଠାରୁ ବଡ଼ ଜୋକ୍‌। ଏବେ ଅର୍ବାନ ନକ୍ସଲ ମଧ୍ୟ ସେମିତି ଏକ ଶବ୍ଦ ହୋଇଛି।

ଏମାନଙ୍କ ବ୍ୟତୀତ ଅନେକ ଲୋକ ଟ୍ୱିଟ୍‌ରେ #MeTooUrbanNaxalକୁ ସମର୍ଥନ କରିଛନ୍ତି।

ଗତକାଲି ପୁଲିସ୍‌ ନକ୍ସଲ ସମର୍ଥକ ଅଭିଯୋଗରେ ଦିଲ୍ଲୀ, ଫରିଦାବାଦ, ଗୋଆ, ମୁମ୍ବାଇ, ଥାନେ, ରାଞ୍ଚି ଓ ହାଇଦ୍ରାବାଦ୍‌ର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଫରିଦାବାଦରୁ ସାମାଜିକ କର୍ମୀ ତଥା ଓକିଲ ସୁଧା ଭରଦ୍ୱାଜ, ହାଇଦ୍ରାବାଦରୁ ଭର୍ଭରା ରାଓ, ଦିଲ୍ଲୀରୁ ଗୌତମ ନଭଲଖା, ମୁମ୍ବାଇରୁ ଅରୁଣ ପେରିୟାର ଓ ଭେନନ୍‌ ଗନ୍‌ସାଲଭେଜଙ୍କୁ ମୁମ୍ବାଇରୁ ଗିରଫ କରିଥିଲା।



from Odisha Reporter https://ift.tt/2POhKgN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages