
ଥିରୁଅନନ୍ତପୁରମ୍: କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରେ ୟୁଏଇ ୭୦୦ କୋଟି ଟଙ୍କାର ସହାୟତା ଦେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି। ଏପରି କି କେନ୍ଦ୍ର ସରକାର କୌଣସି ବିଦେଶ ସହାୟତା ନେବେ ନାହିଁ ବୋଲି ମନା କରିବା ପରେ ରାଜନୀତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି।
ହେଲେ ୟୁଏଇ ସରକାର କେରଳ ବନ୍ୟା ବିପନ୍ନଙ୍କୁ କେତେ ଟଙ୍କାର ସହାୟତା ଦେବ, ଏଯାଏ ସ୍ଥିର ହୋନାହିଁ। ସରକାରୀ ଭାବେ କେରଳ ପାଇଁ କେତେ ଟଙ୍କା ଦିଆଯିବ, ତା’ ଉପରେ ବିଚାରବିମର୍ଶ ଚାଲିଛି ବୋଲି ଆଜି ଭାରତରେ ଅବସ୍ଥାପିତ ୟୁଏଇ ରାଷ୍ଟ୍ରଦୂତ ଅହମ୍ମଦ ଆଲବାନ୍ନା କହିଛନ୍ତି।
ସେ କହିଛନ୍ତି, ୟୁଏଇ ସରକାର ଆଜି ଯାଏ କେରଳ ବନ୍ୟା ପାଇଁ କେତେ ଟଙ୍କା ଦିଆଯିବ, ସେକଥା ସ୍ଥିର କରିନାହାନ୍ତି। ହଁ କେରଳ ବନ୍ୟା ବିପନ୍ନଙ୍କ ପାଖରେ ପ୍ରସ୍ତାବିତ ଆର୍ଥିକ ସହାୟତା କେମିତି ସହଜରେ ପହଞ୍ଚିବ , ତା’ର ତର୍ଜମା କରିବାକୁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଓ ଦୂତାବାସର ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛି।

ଆର୍ଥିକ ସହାୟତା ଚାହୁଁଥିବା ଲୋକଙ୍କ ପାଖରେ କେମିତି ଉପଯୁକ୍ତ ସହାୟତା ପହଞ୍ଚି ପାରିବ, ସେନେଇ କେବଳ ଆଲୋଚନା ଚାଲିଛି। ସରକାରୀ ଭାବେ କେତେ ଅର୍ଥ ସହାୟତା କରାଯିବ, ତାହା ଘୋଷଣା ହୋଇନାହିଁ।
ଉଲ୍ଲେଖଯୋଗ୍ୟ କେରଳରେ ବନ୍ୟା ତାଣ୍ଡବ ପରେ ଗତ ଅଗଷ୍ଟ ୧୮ରେ ୟୁଏଇ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ରଶିଦ୍ ଅଲ ମକ୍ତୌମ୍ ଟ୍ୱିଟ୍ କରି ବନ୍ୟା ବିପନ୍ନଙ୍କୁ ଆର୍ଥିକ ସହାୟତା ପାଇଁ ଏକ କିମିଟି ଗଠନ କରାଯାଇଛି ବୋଲି କହିଥିଲେ।
ତେବେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ୨୧ ତାରିଖରେ ଟ୍ୱିଟ୍ କରି ୟୁଏଇ ସରକାର ବନ୍ୟା ବିପନ୍ନଙ୍କ ପାଇଁ ୭୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରସ୍ତାବ ଦେଇଥିବା କହିଥିଲେ।

କିନ୍ତୁ କେନ୍ଦ୍ର ସରକାର ବିଦେଶୀ ସହାୟତାକୁ ଅଗ୍ରାହ୍ୟ କରିଦେବାରୁ ରାଜ୍ୟରେ କ୍ଷମତାସୀନ ବାମ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଥିଲା।
ହେଲେ ଏବେ ୟୁଏଇ ପକ୍ଷରୁ ଏଭଳି ତଥ୍ୟ ଦେବା ପରେ ବିଜେପି ପକ୍ଷରୁ ବାମଦଳକୁ ପାଲଟା ଆକ୍ରମଣ କରାଯାଇଛି। ମୁଖ୍ୟମନ୍ତ୍ରୀ ବିଜୟନ୍ ୟୁଏଇ ୭୦୦ କୋଟି ଦେବାକୁ ଚାହୁଁଛି ବୋଲି କେଉଁଠୁ ଜାଣିଲେ ବୋଲି ବିଜେପି ପ୍ରଶ୍ନ କରିଛି ।
from Odisha Reporter https://ift.tt/2LosgrD
No comments:
Post a Comment