ସ୍ୱାମୀର ପରିଚୟ ଦେଇ ବୟଫ୍ରେଣ୍ଡ ସହ ରହୁଥିଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ସ୍ୱାମୀର ପରିଚୟ ଦେଇ ବୟଫ୍ରେଣ୍ଡ ସହ ରହୁଥିଲେ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଞ୍ଚେଶ୍ୱର ହୋଟେଲ ରୁମ୍‌ରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଗୁମର ଖୋଲୁଛି। ଧିରେ ଧିରେ ସାମ୍ନାକୁ ଆସୁଛି ସତ। ମୃତକାଙ୍କ ନାଁ ଲକ୍ଷ୍ମୀପ୍ରିୟା ବିଶ୍ୱାଳ। ସେ ବିବାହିତ ଓ ୨ ସନ୍ତାନର ମା’ ବୋଲି ମଧ୍ୟ ଜଣାପଡିଛି। ତଥାକଥିତ ବୟଫ୍ରେଣ୍ଡ ମହିଳା ଜଣଙ୍କୁ ଲୁହା ରଡ଼୍‌ରେ ପିଟି ହତ୍ୟା କରି ଫେରାର ହୋଇଯାଇଛନ୍ତି।

ଲକ୍ଷ୍ମୀପ୍ରିୟା ହୋଟେଲ ରୁମ୍‌ରେ ରହିବା ଆଗକୁ ନିଜ ତଥାକଥିତ ପ୍ରେମିକ ଆଦିତ୍ୟ ମହାପାତ୍ରଙ୍କୁ ସ୍ୱାମୀର ପରିଚୟ ଦେଇ ରହୁଥିବା କଥା ସାମ୍ନାକୁ ଆସିଛି। ଖୋଦ୍‌ ମୃତକାଙ୍କ ମା’ କହିଛନ୍ତି ଯେ, ତାଙ୍କ ଝିଅ ପୂର୍ବରୁ ବିବାହିତ ଥିଲା। ତାଙ୍କର ୨ ଟି ସନ୍ତାନ ମଧ୍ୟ ଅଛନ୍ତି। ହେଲେ ସ୍ୱାମୀଙ୍କ ସହ ମନୋମାଳିନ୍ୟ ପରେ ସେ ଏକୁଟିଆ ରହୁଥିଲେ ଆଉ ତଥାକଥିତ ବୟଫ୍ରେଣ୍ଡ ଆଦିତ୍ୟ ମହାପାତ୍ରଙ୍କୁ ଭେଟିବା ପରଠାରୁ ତାଙ୍କୁ ହିଁ ବିବାହ କରିବେ ବୋଲି ଜିଦ୍‌ ଧରି ବସିଥିଲେ।

ଏବେ ପ୍ରଶ୍ନ ଉଠିଛି ଯଦି ଲକ୍ଷ୍ମୀପ୍ରିୟା ଆଦିତ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ ତା ହେଲେ ଏମିତି କ’ଣ ହେଲେ, ଯେଉଁଥିପଇଁ ତାଙ୍କୁ ଜୀବନ ହରାଇବାକୁ ପଡ଼ିଲା? କାହିଁକି ଲୁହା ରଡ୍‌ରେ ପିଟି ମାରିଲା ପ୍ରେମିକ?

ପୂରା ଘଟଣା ଥିଲା ଏମିତି- ମୃତ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଓ ବଏପ୍ରଣ୍ଡ  ଆଦିତ୍ୟ ମହାପାତ୍ର ଗତ ୨୨ ତାରିଖରେ ଆଧାର କାର୍ଡ ଜରିଆରେ ଉଭୟେ ପତି-ପତ୍ନୀର ପରିଚୟ ଦେଇ ମଞ୍ଚେଶ୍ୱରସ୍ଥିତ ଏକ ହୋଟୋଲରେ ଏଣ୍ଟ୍ରି କରିଥିଲେ। ଗୁରୁବାର ଉଭୟେ  ମାର୍କେଟିଂ କରି ହୋଟେଲ ରୁମ୍‌କୁ ଫେରିବା ପରେ ହୋଟେଲ କର୍ମଚାରୀ ଆଦିତ୍ୟଙ୍କୁ ରୁମ୍ ଭଡା ମାଗିଥିଲେ। ଏଟିଏମ୍‌ରୁ ଟଙ୍କା ଆଣି ଟଙ୍କା ଦେବେ ବୋଲି କହିଥିଲେ ଆଉ ରୁମ୍‌କୁ ଯାଇଥିଲେ।

ପୂର୍ବ ଯୋଜନା ମୁତାବକ ସେଠାରେ କାଗଜ ଗୁଡାଥିବା ଏକ ଲୁହାରଡରେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡକୁ ପିଟି ହତ୍ୟା କରି ଫେରାର ହୋଇଯାଇଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ସେ ନ ଫେରିବାରୁ  ହୋଟେଲ ରୁମ୍‌ ତାଲା ଭାଙ୍ଗି ଦେଖିବା ପରେ ମିଳିଥିଲା ଲକ୍ଷ୍ମୀପ୍ରିୟାଙ୍କ ରକ୍ତ ଜୁଡୁବୁଡୁ  ମୃତଦେହ ।

ଏମିତି କହିଲେ ଲକ୍ଷ୍ମୀପ୍ରିୟାଙ୍କ ମା’-  ୨୦୦୬ରେ ଲକ୍ଷ୍ମୀପ୍ରିୟାଙ୍କ ବିବାହ ହୋଇଥିଲା। ସବୁ ଠିକ୍‌ଠାକ୍‌ ଚାଲିବା ପରେ ୨୦୧୨ରେ ସ୍ୱାମୀଙ୍କ ସହ ଆରମ୍ଭ ହୋଇଥିଲା ମନୋମାଳିନ୍ୟ। ଫଳରେ ଏକୁଟିଆ ରହିବାକୁ ନିଷ୍ପତ୍ତି ନେଇ ରାଜଧାନୀ ଉପକଣ୍ଠ ମଳିପଡାରେ ଏକୁଟିଆ ରହୁଥିଲେ ଲକ୍ଷ୍ମୀପ୍ରିୟା।

ସେହିବର୍ଷ ରଥଯାତ୍ରା ପରେ ଲକ୍ଷ୍ମୀପ୍ରିୟା ଓ ଆଦିତ୍ୟଙ୍କ ଭିତରେ ଗଢି ଉଠିଥିଲା ସମ୍ପର୍କ ।



from Odisha Reporter https://ift.tt/2P1W53w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages