
ଉଦଳା(ମାନସ ପାଣି): ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉଦଳା ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି।
ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗାଁର ରଶ୍ମିତା ମହାପାତ୍ର।
ଗତକାଲି ରାତି ପ୍ରାୟ ୯ଟା ବେଳେ ରଶ୍ମିତାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନା ଭର୍ତ୍ତି କରିଥିଲେ। ରାତି ପ୍ରାୟ ୧୨ଟା ସମୟରେ ରଶ୍ମିତା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁକନ୍ୟାଟିକୁ ଜନ୍ମ ଦେବାର କିଛି ସମୟ ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏହାଦେଖି ରଶ୍ମିତାଙ୍କ ମା’ ଡାକ୍ତରଙ୍କୁ ଡାକି ଥିଲେ। ଡାକ୍ତର ଥରେ ଦେଖିଯିବା ପରେ ଆଉ ଆସି ନ ଥିଲେ। ରାତିରେ ରଶ୍ମିତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ପରିବାର ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
from Odisha Reporter https://ift.tt/2Nh7BaY
No comments:
Post a Comment