
ନୂଆଦିଲ୍ଲୀ: ଏବେ ଜିରୋ ଫିଗର୍ର ଟ୍ରେଣ୍ଡ ଚାଲିଛି। ଝିଅମାନେ ପତଳା ଦିଶିବାକୁ ଡାଏଟିଂ ସାଙ୍ଗକୁ ଜିମ୍ ଯାଇ ଘଣ୍ଟା ଘଣ୍ଟା ଝାଳ ବୁହାଉଛନ୍ତି। ହେଲେ ଏମିତି ଏକ ଦେଶ ଅଛି, ଯାହାକୁ ମୋଟି ଝିଅଙ୍କ ସ୍ୱର୍ଗ ବୋଲି କୁହାଯାଏ।
ଏହି ଦେଶଟି ହେଲା ମରିଶସ୍।
ଏଠାରେ ଝିଅର ଓଜନ ବଢ଼ିଲେ, ସେ ବିବାହ ଯୋଗ୍ୟ ହୋଇଗଲା ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ଏହି ଦେଶରେ ବିବାହ ସମୟରେ ଝିଅର ଓଜନ ଅଧିକ ରହିଥିଲେ, ଶାଶୁଘର ଲୋକେ ଅଧିକ ଖୁସି ହୋଇଥାନ୍ତି।
ପତଳା ଝିଅଙ୍କୁ ଏଠାରେ ମୋଟା ହେବାକୁ ପରାମର୍ଶ ଦିଆଯାଇଥାଏ। ବାହା ହେବା ପର୍ଯ୍ୟନ୍ତ ଅଧିକ ଖାଇ ମୋଟା ହେବାକୁ ପରିବାରଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ୟନ୍ତ କହିଥାନ୍ତି।
ଏହାସହ ସୁସ୍ଥ ସବଳ ଓ ମୋଟା ଝିଅ ପସନ୍ଦ କରିବାକୁ ଏଠାରେ ଘର ଲୋକେ ପୁଅମାନଙ୍କୁ ପରାମର୍ଶ ଦେଇଥାନ୍ତି।
ଲୋକଙ୍କ ବିଶ୍ଵାସ
ମରିଶସ୍ରେ ବିବାହ ବେଳେ ବହୁ ରୀତିନୀତି ରହିଛି। ବିବାହ ବେଳେ ଝିଅର ଓଜନ ଅଧିକ ଥିଲେ, ସେ ଶ୍ୱଶୂର ଘରକୁ ଖୁସି ଓ ଭଲ ଭାଗ୍ୟ ନେଇ ଆସିଥାଏ ବୋଲି ବିଶ୍ୱାସ ରହିଛି। ଏହି କାରଣରୁ ଝିଅମାନଙ୍କୁ ଡାଏଟିଂ କରିବାକୁ ଏଠାରେ ମନା କରାଯାଇଥାଏ।
ଅନ୍ୟପକ୍ଷରେ ଯଦି କୌଣସି ଝିଅର ଓଜନ କମ ରହିଥାଏ, ତେବେ ବର ଖୋଜିବା ବେଳେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
କାରଣ ଯାହା ବି ହୋଇଥାଉ, ଗୋଟିଏ ପଟେ ଝିଅମାନେ ପତଳା ଦିଶିବାକୁ ନାନା ଉପାୟ ଅବଲମ୍ବନ କରୁଥିବା ବେଳେ ଏଠାରେ ମୋଟା ହେବାକୁ ଝିଅଙ୍କୁ ପରାମର୍ଶ ଦିଆଯିବା ଆଶ୍ଚର୍ଯ୍ୟର ବିଷୟ ନିଶ୍ଚୟ ।
from Odisha Reporter https://ift.tt/2vXXmBE
No comments:
Post a Comment